ରାଜନଗର ଆଇଆଇସିଙ୍କ ନେତୃତ୍ୱରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ରାଜନଗର : ଆସନ୍ତା 2024 ସାଧାରଣ ନିର୍ବାଚନକୁ କିପରି ଅବାଧ ଓ ନିରପେକ୍ଷ କରାଯିବ, ଏହାକୁ ଆଖିଆଗରେ ରଖି କେନ୍ଦ୍ରାପଡା ଏସ୍ପି ଶ୍ରୀ ଶିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶରେ ଵିଭିନ୍ନ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ପୋଲିସକୁ ନେଇ ଫ୍ଲାଗ ମାର୍ଚ୍ଚ କରାଯାଉଛି। ଏହି ଅବସରରେ ଆଜି ରାଜନଗର ଆଇଆଇସି ଶ୍ରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ଦୁଇପ୍ଲାଟୁନ ଫୋର୍ସ ଙ୍କ ସହିତ ଫ୍ଲାଗ ମାର୍ଚ୍ଚ କରାଯାଇ ସାଧାରଣ ଲୋକଙ୍କ ମନୋବଳକୁ ସୁଦୃଢ କରିବା ସହିତ ସେମାନଙ୍କୁ ସଚେତନ କରାଯାଇଥିଲା।

ନିର୍ବାଚନ ପୂର୍ଵରୁ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧିଙ୍କୁ ଦମନ କରିବା ସହିତ ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ଵଜାୟ ରଖିବା ଏବଂ ଭୋଟରମାନଙ୍କ ମନୋଵଳ ଦୃଢ କରିବା ପାଇଁ ଏହି ଫ୍ଲାଗ ମାର୍ଚ୍ଚ କରାଯାଉଛି। ଏହି ଫ୍ଲାଗ ମାର୍ଚ୍ଚ ରାଜନଗର ଗ୍ରାମ ଓ ବଜାର ସମେତ ସାନ ବଡଗୋପାଳପୁରୁ ବଜାର ପ୍ରାୟ 3 କିଲୋମିଟର ମାର୍ଚ୍ଚ କରିଥିଲେ ମଧ୍ୟ ଭିତରଗଡ ଛକରୁ ଜରିମୁଳ ଵରୋଦା ବ୍ୟାଙ୍କ ପର୍ଯ୍ୟନ୍ତ 3 କିଲୋମିଟର ରାସ୍ତାରେ ମାର୍ଚ୍ଚ କରିଥିଲେ। ଏହି ଫ୍ଲାଗ ମାର୍ଚ୍ଚରେ ଥାନା ଏସ ଆଇ ଶ୍ରୀମତୀ ଅନୁସୟା ନାୟକ ଓ ପୋଲିସ କର୍ମଚାରୀ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.