୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଣୀ


ଦେବଗଡ : ଜଣେ କୁକୁଡା ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ରିଆମାଳ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀଣୀ (ବିଭିଓ) ସସ୍ମିତା ସେଠୀ ଭିଜିଲାନ୍ସ ଜାଲରେ ପଡି ଗିରଫ ହୋଇଛନ୍ତି । ଆଜି ଅପରାହ୍ନରେ ରିଆମାଳ ବ୍ଲକ ତେଲିମୁା ଗ୍ରାମର କୁକୁଡା ଚାଷୀ ଗୋପାଳ ଚନ୍ଦ୍ର ସାହୁଙ୍କ ପୁଅ ସଚ୍ଚିଦାନନ୍ଦ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ କରୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଶ୍ରୀମତି ସେଠୀଙ୍କୁ କାବୁ କରିବାସହ ରାସାୟନିକ ପ୍ରଲେପ ବୋଳାଯାଇଥିବା ୧୦ଟି ୫ ଶହ ଟଙ୍କିଆ ନୋଟ ଜବତ କରିଥିବା ଜଣାପଡିଛି । ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୋପାଳ ସାହୁ ନାମକ ତେଲିମୁା ଗ୍ରାମର ଜଣେ କୁକୁଡା ଚାଷୀ ସରକାରୀ ସହାୟତା(ପ୍ରାଣୀ ଚିକିା ବିଭାଗ ଜରିଆରେ)ରେ ନିର୍ମାଣ କରିଥିବା କୁକୁଡା ଫାର୍ମର ପ୍ରାପ୍ୟ ପାଇବା ପାଇଁ ରିଆମାଳ ବ୍ଲକ ପ୍ରାଣୀ ଚିକିା ଅଧିକାରୀ ଶ୍ରୀମତି ସେଠୀଙ୍କ ନିକଟକୁ ଏକାଧିକ ବାର ଦୌଡିଥିଲେ ମଧ୍ୟ ଏହା ମିଳିନଥିଲା । ଏହି କ୍ରମରେ ଉକ୍ତ କୁକୁଡା ଫାର୍ମରେ ବିଦ୍ୟୁତ ସଂଯୋଗ ଏବଂ ସବ୍‌ସିଡି ଅର୍ଥ ରିଲିଜ କରିବା ପାଇଁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀମତି ସେଠୀ ତାଙ୍କୁ ୫ ହଜାର ଟଙ୍କା ଦାବୀ କରିଥିଲେ । ଫଳରେ କୁକୁଡା ଚାଷୀ ଶ୍ରୀ ସାହୁ ହତାଶ ହୋଇପଡିବା ସହ ତାଙ୍କ ପୁଅ ସଚ୍ଚିଦାନନ୍ଦ ସାହୁ ଏନେଇ ଭିଜିଲାନ୍ସ ବିଭାଗ ନିକଟରେ ଲିଖୀତ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ବିଭାଗ ପକ୍ଷରୁ ଶ୍ରୀମତି ସେଠୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ କୁକୁଡା ଚାଷୀ ଶ୍ରୀ ସାହୁ ବ୍ଲକ ପ୍ରାଣୀ ଚିକିା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଅଧିକାରୀଣି ଶ୍ରୀମତି ସେଠୀଙ୍କୁ ରାସାୟନିକ ପ୍ରଲେପ ବୋଲା ୫ହଜାର ଟଙ୍କା ପ୍ରଦାନ କରିଥିଲେ । ଶ୍ରୀମତି ସେଠୀ ଏହା ଗ୍ରହଣ କରିବାପରେ ଛକି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ଉଟ୍‌ତ ଟଙ୍କା ସହିତ ଗିରଫ କରି ଦେବଗଡ ସ୍ଥିତ ଭଜିିଲାନ୍ସ କାର୍ଯ୍ୟାଳୟକୁ ଅଣାଯିବା ସହ ଅଧିକ ପଚରା ଉଚରା ଜାରୀ ରହିଛି । ଆଜିର ଏହ ଚଢାଉରେ ଦେବଗଡ ଭିଜିଲାନ୍ସ ଡିଏସ୍‌ପି ଯୋଗେଶ ପଟେଲଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢଉରେ ଝାରସୁଗୁଡା ଭିଜିଲାନ୍ସ ଇନ୍ସପେକ୍ଟର ସସ୍ମିତା ରଙ୍ଗୋଲୀଙ୍କ ସମେତ ବହୁ ଅଧିକାରୀ ସାମିଲ ଥିଲେ ।

nis-ad
Leave A Reply

Your email address will not be published.