ନକଲି ଗୁଇନ୍ଦା ଓ ପୋଲିସ ଅଧିକାରୀ ପରିଚୟ ଦେଇ ଚାକିରୀ ଓ ଲୋନ କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ଅଭିଯୁକ୍ତ ନବୀନ କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ବାଲିମେଳା : ନିଜକୁ ଗୁଇନ୍ଦା ବିଭାଗ ଓ ପୋଲିସ ଅଧିକାରୀ ଥିବା ପରିଚୟ ଦେଇ ଲୋକଙ୍କୁ ଚାକିରୀ କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ରେ ଗିରଫ ହେଲେ ନବୀନ। ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅଧିନସ୍ଥ କୁଡୁମୁଲୁଗୁମ୍ମା ସଦର ଫାଣ୍ଡି ଅଂଚଳରେ ରହୁଥିବା ନବୀନ ଦାସ ଙ୍କ ନାମରେ ବିଭିନ୍ନ ଅଞ୍ଚଳରୁ ଆସିଛି ଚାକିରୀ କରାଇ ଦେବା ଆଳ ରେ ଲକ୍ଷାଧିକ ଟଙ୍କାର ଠକେଇ ଭଳି ଆସିଛି ସଙ୍ଗୀନ ଅଭିଯୋଗ। ଏନେଇ ଓରକେଲ ଥାନାରେ ରୁଜୁ ହୋଇଛି ନବୀନ ଙ୍କ ବିରୁଦ୍ଧରେ ୨ ଟି ଭିନ୍ନ ଭିନ୍ନ ମାମଲା। ଏନେଇ ପୋଲିସ ପକ୍ଷରୁ କେସ ନଂ ୧୩୦/୨୪ ଏବଂ ଅନ୍ୟଟି ୧୩୨/୨୪ ଦଫା ୪୧୯,୪୨୦,୨୯୪ ଏବଂ ୫୦୬ ଧାରାରେ ୨ ଟି ପୃଥକ ପୃଥକ ମାମଲା ରୁଜୁ କରାଯିବ ସହ ଘଟଣା ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ନବୀନ ଦାସ ଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ ନବୀନ ଦାସ ଦୀର୍ଘ ବର୍ଷ ଧରି କୁଡୁମୁଲୁଗୁମ୍ମା ଅଞ୍ଚଳରେ ରହି ଆସୁଛନ୍ତି। ପ୍ରାୟ ୧ ବର୍ଷ ପୂର୍ବେ ସେ ନିଜକୁ ଗୁଇନ୍ଦା ବିଭାଗ ର ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ନେଇ ପରିଚୟ ଦେଇ ଓରକେଲ ଥାନା ଅଧିନସ୍ଥ ନୀଳାଦ୍ରିନଗର ଗ୍ରାମରେ ରହୁଥିବା ମଳୟ ପଣ୍ଡା ଓ ତାଙ୍କ ସ୍ତ୍ରୀ ମଧୁସ୍ମିତା ପଣ୍ଡା ଙ୍କୁ ୨୫ ଲକ୍ଷ ଟଙ୍କାର ଏକ ଲୋନ କରାଇଦେବା ପାଇଁ ପ୍ରତିଶ୍ରୁତି ଦେଇ ସେହି ବାବଦରେ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଠାରୁ ଫୋନ ପେ ମାଧ୍ୟମରେ ଓ ନଗଦ ଆକାରରେ ପର୍ଯ୍ୟାୟ କ୍ରମେ ମୋଟ ୩ ଲକ୍ଷ ୬୭ ହଜାର ଟଙ୍କା ଠକି ନେଇଥିବା ନେଇଥିଲେ। ଏବଂ ପରେ ସ୍ତ୍ରୀ ମଧୁସ୍ମିତା ତାଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ସ୍ୱାମୀ ମଳୟ ଙ୍କୁ ଏନକାଉଣ୍ଟର କରି ଗୁଳି ମାରିଦେବେ କହି ନବୀନ ଧମକ ଦେଇଥିଲେ ଏବଂ ଡିଜି, ଡିଆଇଜି, ଏସପି ମୋ ସହିତ ଚା ପିଉଛନ୍ତି ତେଣୁ ତୁ ଯାହା ନିକଟରେ ଅଭିଯୋଗ କରିବାର ଅଛି କର କହିଥିବା ନେଇ ଗତ ୧୯ ତାରିଖରେ ମଧୁସ୍ମିତା ନବୀନ ଙ୍କ ବିରୁଦ୍ଧରେ ଏନେଇ ଏକ ଲିଖିତ ଏତଲା ପ୍ରଦାନ କରିଛନ୍ତି। ତେବେ ଏତିକି ରେ ଶେଷ ହୋଇ ନଥିଲା ନବୀନ ଙ୍କ ଠକେଇ ଘଟଣା ର ରହସ୍ୟ। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ରାସବେଡା ପଞ୍ଚାୟତ ଅଧିନସ୍ଥ କୁପୁଲିଗୁଡା ଗ୍ରାମର ଧନ ମାଛ ଙ୍କ ସହ ପ୍ରାୟ ୧ ବର୍ଷ ପୂର୍ବେ ନବୀନ ନିଜକୁ ପୋଲିସ ବିଭାଗ ର ବରିଷ୍ଠ ଅଧିକାରୀ ଭାବେ ନିଜର ପରିଚୟ ଦେବା ସହ ତାଙ୍କ ଭଉଣୀ ପ୍ରମିଳା ମାଛ ଙ୍କୁ ହୋମଗାର୍ଡ ଚାକିରୀ କରାଇଦେବେ କହି ୧ ଲକ୍ଷ ଟଙ୍କା ଦାବି କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଧନ ତାଙ୍କୁ ନଗଦ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ଭଉଣୀ ପ୍ରମିଳା ଙ୍କ ଚାକିରୀ ନ ହେବାରୁ ସେ ନିଜ ଦେଇଥିବା ଟଙ୍କା ନବୀନ ଙ୍କୁ ଫେରସ୍ତ ମାଗିଥିଲେ। ତେବେ ଧନ ଟଙ୍କା ମାଗିବାରୁ ନବୀନ ପୁଣି ବିଭିନ୍ନ ପ୍ରକାର ଧମକ ଚମକ ତାଙ୍କୁ ଦେଇଥିଲେ। ଧନ ଶେଷରେ ବାଧ୍ୟହୋଇ ଗତକାଲି ଓରକେଲ ଥାନାର ଦ୍ୱାରସ୍ଥ ହୋଇ ନବୀନ ଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ନବୀନ ଙ୍କ ବିରୁଦ୍ଧରେ ଆସିଥିବା ୨ ଟି ଠକେଇ ମାମଲା କୁ ଭିତ୍ତି କରି ଏନେଇ ଥାନାରେ ୨ ଟି ପୃଥକ ପୃଥକ ମାମଲା ରୁଜୁ କରିବା ସହ ଗତକାଲି ରାତିରେ ଥାନାଧିକାରୀ ଧୀରେନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଟିମ କୁଡୁମୁଲୁଗୁମ୍ମା ଅଞ୍ଚଳରେ ପହଂଚି ଘଟଣା ରେ ସମ୍ପୃକ୍ତ ଥିବା ନବୀନ ଙ୍କୁ ଗିରଫ କରି ଓରକେଲ ଥାନା କୁ ଆଣିଥିଲେ। ଆଜି ସକାଳୁ ପୋଲିସ ପକ୍ଷରୁ ସମସ୍ତ ଅଭିଯୋଗକାରୀ ଙ୍କ ବୟାନ ରେକର୍ଡ କରାଯିବା ସହ କେସ ନଂ ୧୩୦/୧୪ ମାମଲାରେ ଘଟଣା ରେ ସମ୍ପୃକ୍ତ ଥିବା ଆସାମୀ ନବୀନ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ରୁଜୁ ହୋଇଥିବା ଅନ୍ୟ ଏକ ମାମଲା କେସ ନଂ ୧୩୨/୨୪ ରିମାଣ୍ଡରେ ପଠାଯିବ ବୋଲି ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଠକି ନେଇଥିବା ସମୁଦାୟ ମୋଟ ୪ ଲକ୍ଷ ୧୭ ହଜାର ଟଙ୍କା ରୁ କୌଣସି ଟଙ୍କା ଆଦାୟ ହୋଇ ନଥିବା ଜଣାପଡିଛି।

nis-ad
Leave A Reply

Your email address will not be published.