ଚେରମାରିଆ – କେନ୍ଦୁପଦର ସେତୁ ରାସ୍ତା କାମ ଧର୍ମକୁ ଆଖି ଠାର..: ମାସେ ନ ପୂରୁଣୁ ରାସ୍ତା ରେ ଖାଲ ଲୋକେ ହନ୍ତସନ୍ତ ..!

ସରକାରୀ ଅର୍ଥ ଆସିକରେ ଚାଲିଛି ଲୁଟ ପ୍ରଶାସନ ନିରବ ଦ୍ରଷ୍ଟା …..


ଵ୍ରହ୍ମପୁର: ୨୧-୩ ଆସିକା ଜାତୀୟ ରାଜପଥ କଡ଼ରେ ନିର୍ମିତ ଚେରମାରିଆ -କେନ୍ଦୁପଦର ଋଷିକୂଲ୍ୟା ନଦୀ ଉପରେ ନିର୍ମିତ ନୂତନ ସେତୁର ଉଦଘାଟନ ର ମାସେ ନ ପୂରୁଣୁ ଏବେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଗଲାଣି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପ୍ରକାଶ ଥାଉକି ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚେରମାରିଆ ଠାରୁ କେନ୍ଦୁପଦର ଋଷିକୂଲ୍ୟା ନଦୀ ଉପରେ ସେତୁ ର ଶୁଭ ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଆସିଥିବା ସମୟରେ ଭ୍ରରଚୁଆଲ ମଧ୍ୟ୍ୟମରେ ଗତ ୧୪/୦୨/ରେ ଲୋକାର୍ପଣ କରିଥିଲେ l ବିଶ୍ୱ ବ୍ୟାଙ୍କ ସହାୟତାରେ ପ୍ରାୟ ୨୭ କୋଟି ଟଙ୍କା ବ୍ୟୟ ରେ ଏହି ସେତୁ ନିର୍ମାଣ କରାଯାଇଥିଲା l ଏହାର କାର୍ଯ୍ୟ ୨୦୧୭ ମସିହାରୁ ଆରମ୍ଭ କରି ୨୦୨୪ ରେ ଏହା ଲୋକାର୍ପଣ ହୋଇଥିଲା l ଗତ ୨୯/୦୨ ତାରିଖ ଦିନ ଆସିକା ସାଂସଦ , ଆସିକା ବିଧାୟକ,ପୂର୍ତ୍ତ ବିଭାଗ ର ଅଧିକ୍ଷୀଣ ଯନ୍ତ୍ରୀ , ସହକାରୀ ନିର୍ବାହୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ସମେତ ବରିଷ୍ଠ ନେତୃମଣ୍ଡଳୀ, ବିଜୁ ମହିଳାଜନତାଦଳ, ବିଜୁ ଯୁବ ଓ ଛାତ୍ରର ସମସ୍ତ କର୍ମ କର୍ତ୍ତା ସଦେହ ଉପସ୍ଥିତ ରହିଥିଲେ | ଲୋକ ମାନଙ୍କ ଦୀର୍ଘ ଦିନର ଆଶା ଥିଲା ଏହି ସେତୁ ନିର୍ମାଣ ହେବା ପରେ ଆସିକା ବ୍ଲକ, ଶେରଗଡ଼ ବ୍ଲକ ଓ କବିସୂର୍ଯ୍ୟନଗର ବ୍ଲକ ର ଅନେକ ପଂଚାୟତ ର ଗ୍ରାମବାସୀ, ବିଦ୍ୟାର୍ଥୀ, ବ୍ୟବସାୟୀ, ମାନଙ୍କ ଯାତାୟାତରେ ଉପକୃତ ହେବେ l ଜନସାଧାରଣ ମାନଙ୍କ ଦୀର୍ଘ ଦିନର ଆଶା ସ୍ୱପ୍ନ ସାକାର ହୋଇଛି ବୋଲି କେତେ ଖୁସି ରହିଥିଲେ l ହେଲେ ଏବେ କିଛିଦିନ ହେଲା ଏହି ସେତୁ ଯିବା ଆସିବl ରାସ୍ତା ଅତି ଶୋଚନୀୟ ହୋଇପଡ଼ିଲାଣି l ଠିକାଦାର ଏବଂ ଅଫିସରର ମଧୁ ଚନ୍ଦ୍ରିକା ହେତୁ ମାସେ ପୂରୁଣୁ ଏହି ପିଚୁ ରାସ୍ତା ଖାଲ ଖମା ହେବା ଅଂଚଳ ବାସୀ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଏହି ନିମ୍ନ ମାନର କାର୍ଯ୍ୟ ସମ୍ପର୍କରେ ଆମେ ଆସିକା ରେ ପିସି କାରବାର ମୁଖ୍ୟ ବୋଲି କହିଆସିଛୁ। ଠିକାଦାର ଅଫିସର ଙ୍କ ମିଲିଭଗତ ଓ ମନମାନି ଯୋଗୁଁ ଆସିକା ରେ ସରକାରୀ ଅର୍ଥ ସହ ଖେଳ ଚାଲିଥିବା ନେଇ ଚର୍ଚ୍ଚା ହେଇ ଆସୁଛି। ମନରେ ଏହାର ଗୁଣଭତ୍ତା ଉପରେ ପ୍ରଶ୍ନବାସୀ ସୃଷ୍ଟି ହୋଇଛି l ଏହି ରାସ୍ତା କାମର କ୍ୱାଲିଟି ଅଧିକାରୀ ଆସି ଏହାର ମାନ ନିର୍ଧାରଣ କରିବା ସହ ଉତ୍ତମ ରାସ୍ତା ତିଆରି କଲେ ଅନେକ ଲୋକ ଉପକୃତ ହେବେ ବୋଲି ସାଧାରଣରେ ଦାବୀ ହେଉଛି।

nis-ad
Leave A Reply

Your email address will not be published.