ସ୍ୱଚ୍ଛ ଭାରତର ନଗ୍ନ ନମୁନା ଛତ୍ରପୁର ସହର : ସହରାଞ୍ଚଳର ପରିମଳ ପ୍ରତି ଧ୍ୟାନ ଦେଉନାହିଁ କର୍ତ୍ତୃପକ୍ଷ…


ଛତ୍ରପୁର, ତା. ୨୧ / ୩ :ଛତ୍ରପୁର ଏନ୍.ଏ.ସି. କର୍ତ୍ତୃପକ୍ଷ ଙ୍କ ଅବହେଳା ମନୋଭାବ ନେଇ ସହରାଞ୍ଚଳରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା କୁଢ କୁଢ ହୋଇ ଭରି ହୋଇ ରାସ୍ତା ଘାଟରେ ଅଳିଆ ଆବର୍ଜନା ଜମି ପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟିକରିଛି । ଯାହା ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରି ଜନ ଅସନ୍ତୋଷ ତେଜୁଛି । ଛତ୍ରପୁର ଏନ୍.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ୟାସିର ଅଲ୍ଲି ଅହମ୍ମଦ ଯୋଗଦାନ କରିବା ପରଠାରୁ କୌଣସି ୱାର୍ଡ଼ ୱାର୍ଡ଼ ବୁଲି ବୁଲି ଦେଖୁ ନାହାଁନ୍ତି, କି, ଜନସାଧାରଣଙ୍କ ସହ ସୁ-ସମ୍ପର୍କ ରକ୍ଷା କରୁନାହାନ୍ତି ଫଳରେ ସହରରେ ଅନେକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ବାସ୍ତବିକ୍ ସହରର ପରିମଳ ଓ ପରିଚ୍ଛନ୍ନତା ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । ଯାହାକି ସଧାରଣ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି । ଏପରିକି ସହରରେ ନିର୍ମାଣାଧୀନ କାର୍ଯ୍ୟ ଏବଂ ସମ୍ପନ୍ନ ହୋଇସାରିଥିବା କାର୍ଯ୍ୟ ସ୍ଥାନରେ ଅଗାଡ଼ି ବାଲି, ଗୋଡ଼ି ଆଦି ଜମି ରହିବା ଫଳରେ ଲୋକମାନଙ୍କ ଯିବା ଆସିବା ବେଳେ ଅନେକ ଛୋଟ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ଧ୍ୟାନ ଦେଇ ଏହାର ବିହିତ ପ୍ରତିକାର ବ୍ୟବସ୍ଥା ବିଧାନ କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଅଛି ।

nis-ad
Leave A Reply

Your email address will not be published.