ବାଙ୍କୀ : ରାମ ମନ୍ଦିରରୁ ଚୋରି । ନୟାଗଡ଼ ଜିଲ୍ଲା ଫତେଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି ହୋଇଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଧରି ଛୁ ମାରିଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ପୂଜକ ମନ୍ଦିରର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଭିତରେ ଭଙ୍ଗା ଯାଇଥିଲା ହୁଣ୍ଡି । ଏନେଇ ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ ହୋଇଛି । ଅଧିକ ଖୋଳତାଡ କରୁଛି ପୋଲିସ ।
Sign in
Sign in
Recover your password.
A password will be e-mailed to you.