ବ୍ରହ୍ମପୁର ମୁଖ୍ୟରାସ୍ତାରୁ ଲୁଟ, ବାଇକ ଡିକି ଭାଙ୍ଗି ଲୁଟି ନେଲେ ୫ଲକ୍ଷ ୬୦ ହଜାର ଟଙ୍କା

ଏପଟେ ପୋଲିସ କରୁଛି ଫ୍ଲାଗ ମାର୍ଚ୍ଚ ସେପଟେ ସହରରେ ଲୁଟ….

ଆଖି ପିଛୁଳାକେ ଲୁଟିନେଲେ ଲୁଟେରା।ଲୁଟ କରୁଥିବା ଲାଇଭ ଚିତ୍ର ସିସିଟିଭିରେ ହୋଇଛି କଏଦ।

ବ୍ରହ୍ମପୁର : ଏଭଳି ଘଟଣା ଘଟିଛି ବୈଦ୍ୟନାଥ ପୁର ଥାନା ଇଲାକାରେ। କନିଷି ଅଞ୍ଚଳ ର ବ୍ୟବସାୟୀ କୃଷ୍ଣ ମହାରଣା ନାମକ ବ୍ରହ୍ମପୁର ଜୟ ପ୍ରକାଶ ନଗର ମୁଖ୍ୟରାସ୍ତାରେ ଥିବା ଆକ୍ସିସ୍ ବ୍ୟାଙ୍କରୁ ୫ଲକ୍ଷ ୬୦ ହଜାର ଟଙ୍କା ଉଠାଇବା ପରେ ସେହି ଟଙ୍କା ଙ୍କୁ ନେଇ ନିଜ ବାଇକ ରେ ରଖିଥିଲେ।ବାଇକରେ ଟଙ୍କା ରଖିବା ପରେ ସେଠାରେ ଚା ପିଉଥୂବା ସମୟରେ ହଠାତ ଦୁଇଜଣ ବ୍ୟକ୍ତି ଆସି ବାଇକ ଡ଼ିକିକୁ କୌଶଳ କ୍ରମେ ଭାଙ୍ଗି ଆସି ପୁରା ଟଙ୍କା ପଲିଥିନ କୁ ନେଇ ଚମ୍ପଟ ମାରିଛନ୍ତି।ଯାହାର କି ସ୍ପଷ୍ଟ ଚିତ୍ର ସିସିଟିଭିରେ କଏଦ ହୋଇଛି। ଏତେ ଜନଗହଳି ପୂର୍ଣ ଅଞ୍ଚଳରେ ଲୁଟେରା ମାନଙ୍କ ଏଭଳି କାଣ୍ଡ ଚକିତ କରି ଦେଇଛି ଉପସ୍ଥିତ ଲୋକଙ୍କୁ।ବୈଦ୍ୟନାଥ ପୁର ଥାନା ଇଲାକାରେ ଏଭଳି ଘଟଣା ନୂଆଁ ନୁହେଁ।ବର୍ତ୍ତମାନ ଲୁଟେରା ମାନେ ଖୋଲା ଚାଲେଞ୍ଜ ଦେଇଛନ୍ତି ପୋଲିସ କୁ, ଢିଲା ପୋଲିସ ପେଟ୍ରୋଲିଂ ସୁଯୋଗ ନେଇ ଏଭଳି ଦିନ ଦୀପହରରେ ଲୁଟେରା ମାନେ ଘଟାଉଛନ୍ତି କାଣ୍ଡ।ଏନେଇ କୃଷ ଚନ୍ଦ୍ର ମୋହରଣା ଥାନାରେ ଏତଲା ଦେଇଥିବା ଜଣାପଡିଛି। ସୂଚନା ଥାଉକି ପୋଲିସ ପ୍ରତ୍ୟେକ ଦିନ ଫ୍ଲାଗ ମାର୍ଚ୍ଚ କରୁଛି କିନ୍ତୁ ସୁରକ୍ଷିତ ନୁହନ୍ତି ସହର ବାସୀ ତଳ ଦିନେ ଜଣେ ବରିଷ୍ଠ ସାମ୍ବାଦିକ ଙ୍କ ମୋବାଇଲ ରେ କଥା ହେଉ ଥିବା ବେଳେ ତାଙ୍କ ପଛ ପଟୁ ଆସି ଝାମ୍ପି ନେଲେ ମୋବାଇଲ ଯାହାକୁ ନେଇ ସ୍ଥାନୀୟ ନିମଖଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ବି ହୋଇଛି କିନ୍ତୁ ପୋଲିସ ଆଜି ସୁଦ୍ଧା ଟେର ପାଉନି l ଆଗକୁ ଅଛି ନିର୍ବାଚନ ତେଣୁ ଅସାମାଜିକ ଯୁବକ ମାନଙ୍କ ପ୍ରତି ଧ୍ୟାନ ଦେବାକୁ ବୁଦ୍ଧି ଜୀବି ମହଲରେ ଦାବୀ ହେଉଛି l ଗାଡ଼ିରେ ପୋଲିସ, ପ୍ରେସ, ଏବଂ ଓକିଲ ଲେଖି ବୁଲୁ ଥିବା ଗାଡି ବି ଯାଞ୍ଚ ହେବା ଜରୁରୀ ବୋଲି ସଚେତନ ନାଗରିକ ମତ ଦେଲେଣି |

nis-ad
Leave A Reply

Your email address will not be published.