ମାନବିକତା ଦେଖାଇଲେ କେପିଏଫ ସଭାପତି ରାଧା ମୋହନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧା ମୋହନ ମହାପାତ୍ର ପୁଣି ମାନବିକତା ଦେଖାଇଥିବା ଦେଖିବାକୁ ମିଳିଛି l ପୌରପରିଷଦର ତଳିଆ କର୍ମଚାରୀ ଯାହାକୁ କି ସଫେଇ କର୍ମଚାରୀ ବୋଲି କୁହାଯାଇଥାଏ l ସେହିମାନଙ୍କୁ ପ୍ରାୟତଃ କେହି ଭଲ ମନ୍ଦରେ ପଚାରି ନଥାନ୍ତି କେତେକ ସମାଜରେ ନିମ୍ନ୍ ଚକ୍ଷୁରେ ଦେଖୁଥିବା ଦେଖିବାକୁ ମିଳୁଛି l ସେହିପରି ଲୋକମାନଙ୍କ ସହିତ ସମ୍ପର୍କ ରଖିବାକୁ କେହି ପସନ୍ଦ କରନ୍ତି ନାହିଁ l ଏମାନଂକୁ କେବଳ କରୋନା ସମୟରେ ଆଗ ଧାଡ଼ିର ଯୋଦ୍ଧା ବୋଲି ନେତା ମାନେ ଅଭିହିତ କରିବା ସହ କିଛି କିଛି ଉପହାର୍ ଶୁଖିଲା ଖାଦ୍ୟ ପଦାର୍ଥ ଦେଇଥିଲେ l ପରବର୍ତ୍ତୀ ସମୟରେ ଏମାନଂକର କଥା କେହି ବୁଝି ନଥିଲେ l କରୋନା ସମୟରେ ସାମାଜ ଆଗରେ କିଛି ନେତା ରାଜନେତା ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା କିଛି ଦାନ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଥିଲା l କରୋନା ପରେ ଏମାନେ କିପରି ଅଛନ୍ତି ତାଙ୍କ କଥା କିଏ ପଚାରେ l କିନ୍ତୁ କେ ପି ଏଫର ସଭାପତି ରାଧା ମୋହନ ସେ ସମୟରେ ସାହାଯ୍ଯ ସହଯୋଗ କରୁଥିଲେ l ଆଜିବି ସେହି ଫୁଲବାଣୀ ପୌର ପରିଷଦର ପ୍ରାୟ ୫୦ ଜଣ ସଫେଇ କର୍ମଚାରୀଙ୍କୁ ନିଜ ଘରକୁ ଡାକି ତାଙ୍କର ସୁବିଧା ଅସୁବିଧା ବୁଝିବା ସହ ଉପଢୌକନ ଦେଇ ସମ୍ମାନିତ କରିଥିବା ଦେଖିବାକୁ ମିଳିଛି l ସମସ୍ତ୍ ସଫେଇ କର୍ମଚାରୀ ଶ୍ରୀ ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ l

nis-ad
Leave A Reply

Your email address will not be published.