ସାଧାରଣ ନିର୍ବାଚନ ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା

ଫୁଲବାଣୀ : ଭାରତର ନିର୍ବାଚନ ଆଯୁକ୍ତ ୧୬/୦୩/୨୦୨୪ ରିଖରେ ରାଜ୍ୟରେ ୨୧ଟି ୧୪୭ଟି ବିଧାନସଭାପାଇଁ ଏକକାଳୀନ ସାଧାରଣ ନିର୍ବାଚନ ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଏହି କ୍ରମରେ ରେ ଗତ କାଲି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। ତାଙ୍କ ଘୋଷଣା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଅନୁଶାରେ ମତଦାନ ହେବ । କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଆଜି ଜିଲ୍ଲାର ସମସ୍ତ ଅଧିକାରୀମାନଙ୍କୁ ନେଇ ଭର୍ଚୁଆଲ ମୋଡରେ ଏକ ବୈଠକର ଆୟୋଜନ କରି ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲାଗୁ କରାଯାଇଥିବା ଥିବା ଆଦର୍ଶ ଆଚରଣ ବିଧି ଉପରେ ଆଲୋଚନା କରିଥିଲେ। ଏହାର ମୂଳ ଲକ୍ଷ୍ୟ ହେଲା ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ତାରିଖ ଠାରୁ ନିର୍ବାଚନ ଫଳାଫଳ ଘୋଷଣା ପରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ । ଏଥିରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ନିର୍ବାଚନ ପ୍ରଚାର ପାଇଁ କ’ଣ କରାଯିବ ଓ କରାଯିବ ନାହିଁ । ସେ ନେଇ ପରାମର୍ଶ ଦେଇଥିଲେ। ପ୍ରଚାର ପାଇଁ ସରକାରୀ ଗାଡ଼ିର ବ୍ୟବହାର ଉପରେ ଥିବା କଟକଣା,ସଂପୃକ୍ତ ସରକାରୀ ଅଧିକାରୀଙ୍କର ଉପଯୁକ୍ତ ଅନୁମତି ବିନା ସଭା/ରାଲି/ଲାଉତ୍ ସ୍ପିକର /ଗାଡି /ସାର୍ବଜନୀନପଡ଼ିଆ/ଗେଷ୍ଟ ହାଉସ୍ ଆୟୋଜନ ଉପରେ କଟକଣା, ରାଜନୈତିକ ବିଜ୍ଞାପନର ପ୍ରାକ୍ ସାର୍ଟିଫିକେସନ, ପେଡ୍ ନ୍ୟୁଜ ଉପରେ ତଦାରଖ ଓ କାର୍ଯ୍ୟାନୁଷ୍ଠାନ, ନିର୍ବାଚନ ପକ୍ରିୟା ସମୟରେ ଗଣମାଧ୍ୟମ ଦ୍ୱାରା ସମ୍ବାଦ ପରିବେଷଣ ଆଳରେ
ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ଉପରେ ନଜର ରଖିବା ସହିତ କାର୍ଯ୍ୟାନୁଷ୍ଠାନ ନେବା, ନିର୍ବାଚନୀ ପୋଷ୍ଟର, ପାମ୍ପ୍ଲେଟ୍, ହାଣ୍ଡ୍‌ବିଲ ଓ ଅନ୍ୟାନ୍ୟ ପ୍ରଚାର ପତ୍ରରେ ପ୍ରକାଶକ ଓ ପ୍ରିଣ୍ଟରଙ୍କ ନାମ, ଠିକଣା ଓ ମୁଦ୍ରିତ କପିର ସଂଖ୍ୟା ସମ୍ମୁଖ ଭାଗରେ ସ୍ଥାନ ନ ପାଇଥିଲେ କାଯ୍ୟାନୁଷ୍ଠାନ ଗ୍ରହଣ କରିବା, ଭୋଟରଙ୍କୁ ପ୍ରଭାବିତ କରିବାର ପ୍ରଭାବ ଥିବା ନୂତନପ୍ରକଳ୍ପ/କାର୍ଯ୍ୟକ୍ରମ/ଆର୍ଥିକ ଅନୁଦାନ ଘୋଷଣା ଉପରେ କଟକଣା, ବ୍ୟକ୍ତିଗତ ଗସ୍ତରେ ଥ‌ିବା ସରକାରୀ ଅଧିକାରୀମାନେ ରାଜନୈତିକ ଅଧିକାରୀଙ୍କ ନିର୍ବାଚନୀ କାର୍ଯ୍ୟରେ ସହଯୋଗ ଉପରେ କଟକଣା,ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କ୍ଷେତ୍ରରେ ଟୋଲ ଫ୍ରି ନମ୍ବର ୧୯୫୦ ରେ ଅଭିଯୋଗ ଏବଂ ଅଭିଯୋଗ ମନିଟରିଂ ସିଷ୍ଟମ ୨୪ ଘଣ୍ଡିଆ କାର୍ଯ୍ୟକାରୀ ହେବା, ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ ହେବା ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଆଲୋଚନା କରିଥିଲେ। ଏଜେନ୍ସିମାନଙ୍କର ୱାର୍କ ଅର୍ଡର ଓ ତା’ର ଇସ୍ୟୁ ରେଜିଷ୍ଟର ସିଜ୍ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ କାମ ପୂର୍ବରୁ ଆରମ୍ଭ ହୋଇଯାଇଛି ସେଗୁଡ଼ିକର ତାଲିକା ଦେବା ପାଇଁ
ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ବିନା ଅନୁମତିରେ କୌଣସି ବୈଠକ କରାଯିବ ନାହିଁ । ସି.ଭିଜଲ୍ ଆପ୍ରେ କୌଣସି ଅଭି ଭିଯୋଗ ଆସିଲେ ଫ୍ଲାଇଙ୍ଗ୍ ସ୍କାଡ ଟିମ୍ ସେଠାକୁ ତୁରନ୍ତ ପଠାଯିବ ଏବଂ ଟିମ୍ ରିଟର୍ଣ୍ଣ ଅଫିସରଙ୍କୁ ରିପୋର୍ଟ ପ୍ରଦାନ କରିବ। ଚାଲୁ ରହିଥ‌ିବା ସରକାରୀ ଯୋଜନ କାର୍ଯ୍ୟାଳୟ କିମ୍ବା ସର୍ବସାଧାରଣ ସ୍ଥାନରେ ଲଗାଯାଇଥ‌ିବା ପୋଷ୍ଟରଗୁଡ଼ିକୁ ତୁରନ୍ତ ହଟାଇବାକୁ । କିମ୍ବା ସମ୍ପୂଣ୍ଣ କଭର କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇ ଥିଲେ । ପ୍ରଚାର ପାଇଁ ଫଟୋ ଲାଗିଥିବା ଆଶଙ୍କାରେ ଜିଲ୍ଲା ବାହାରୁ ଆସୁଥିବା ଗାଡ଼ି ଏପରିକି ଜିଲ୍ଲାର ସରକାରୀ ଅଧିକାରୀଙ୍କ ଗାଡ଼ିଗୁଡ଼ିକୁ ମଧ୍ୟ ଅଟକାଇ ଚେକ୍ କରିବାକୁ ଫ୍ଲାଇଙ୍ଗ୍ ସ୍କାର୍ଡ଼ ଟିମ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି, ପେଟ୍ରୋଲ୍ ପମ୍ପ ରେ ଲାଗିଥିବା ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେବା ସହିତ ପ୍ରଚାର ପାଇଁ ବାହାରୁ ଆସିଥିବା ଏଲ ଇ.ଡି ଭ୍ୟାନ୍ ଯୁକ୍ତ ଗାଡ଼ିକୁ ଅଟକାଇ ରାଜ୍ୟ ଏମ୍.ସି.ଏମ୍.ସି.ର ପ୍ରାକ୍ ସାର୍ଟିଫିକେସନ ହୋଇଛି କି ନା ଯାଞ୍ଚ କରିବାକୁ କୁହାଯାଇଥିଲା। ଏମ.ପି. ବା ଏମ.ଏଲ୍. ଏ. ଲ୍ୟାତ୍‌ରୁ ମିଳିଥିବା ଗାଡ଼ିରୁ ସହିତ କୌଣସି ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ଯୋଡ଼ା ଯିବ ନାହିଁ ବୋଲି କହିଥିଲେ। ଯଦି କୌଣସି ଅଧିକାରୀ , ସଂସ୍ଥା ଏବଂ ବ୍ୟକ୍ତି ବିଶେଷ ଏହି ଆଦର୍ଶ ? ଆଚରଣ ବିଧିକୁ ଭଲଂଘନ କରି କୌଣସି କାର୍ଯ୍ୟ କରନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ ।

nis-ad
Leave A Reply

Your email address will not be published.