କ୍ଵା୍କ ଡାକ୍ତରଙ୍କ ଭୃଣହତ୍ୟା ମହଙ୍ଗା ପଡିଲା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ପରଚିପାରା ପଞ୍ଚାୟତ ଅନ୍ତର୍ଗତ ପରଚିପାରା ଡିଏନକେ ଗ୍ରାମର ଜଣେ କ୍ୱାକ, ଜଣେ ମହିଳାଙ୍କୁ ଗର୍ଭପାତ କରି ମହିଳାଙ୍କ ଭୃଣ ହତ୍ୟା କରିବାରୁ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସ ଗିରଫ କରି କୋର୍ଟ ଚାଲନ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ପରଚିପାରା ପଞ୍ଚାୟତର ଡୋଡରାସିମଡା ଗ୍ରାମର ସାଗାଲାଲ ଗଣ୍ଡଙ୍କ କନିଷ୍ଠ ପୁଅ ମେହେତାବ ଗଣ୍ଡଙ୍କ ସହ ରାଇଘର ପଞ୍ଚାୟତ କୋଳିଆପଦର ଗ୍ରାମର (ଛଦ୍ମ ନାମ ) ଗଣେଶ ଗଣ୍ଡଙ୍କ ଝିଅ (ଛଦ୍ମ ନାମ ) ମନିକା ଗଣ୍ଡଙ୍କ ସହ ପ୍ରେମ ସମ୍ପର୍କ ଗଡି ଉଠିଥିଲା । ଏହି ପ୍ରେମ ସମ୍ପର୍କ ଧୀରେ ଧୀରେ ଦୈହିକ ସମ୍ପର୍କରେ ପରିଣତ ହେବା ପରେ ଦୁହେଁ ଘର ଛାଡି ବାହାର ରାଜ୍ୟରେ କାମ କରିବାକୁ ପଳେଇଥିଲେ। ସେଠାରେ ଯାଇ (ଛଦ୍ମ ନାମ )କନିକା ଗଣ୍ଡ ଗର୍ଭବତୀ ହେବାରୁ କନିକା ଓ ମେହେତାବ ପରଚିପାରା ପଞ୍ଚାୟତ ଅନ୍ତର୍ଗତ ଡୋଡରାସିମଡା ନିଜ ଗ୍ରାମରେ ଫେରି ଆସିଥିଲେ ସେତେବେଳେ କନିକା ଛ ମାସର ଗର୍ଭବତୀ ଥିଲେ। କନିକାକୁ ଶ୍ୱଶୁର, ଶାଶୁ, ସହିତ ପରିବାରର ସମସ୍ତେ ମାନି ନେଇଥିଲେ ଓ କନିକା ମଧ୍ୟ ଘରର ପରିବାର ସହିତ ଦୈନନ୍ଦିନ ନିତ୍ୟକର୍ମ ସୁଚାରୁରୂପେ ତୁଲାଉଥିଲେ। କିନ୍ତୁ କିଛି ଦିନ ଯିବା ପରେ ସ୍ୱାମୀ ମେହେତାବ ମୁଁ କାମ କରିବାକୁ ଯାଉଛି କହି କନିକାକୁ ନିଜ ଘରେ ଛାଡି ପଳାଇଲେ। ମେହେତାବର ଯିବା ପରେ ଶ୍ୱଶୁର,ଶାଶୁ ଓ ଘରର ସମସ୍ତ ସ୍ୱଦଶ୍ୱ ମନିକା ଉପରେ ଶାରୀରିକ ଅତ୍ୟାଚାର କରିବାକୁ ଆରମ୍ଭ କରିଦେଲେ।

ସବୁଦିନ ଘରେ ଗଣ୍ଡଗୋଳ ହୋଉଥିବାରୁ ଶ୍ୱଶୁର ବହୁ ମଣିକାକୁ କହିଲେ ଚାଲ ବୁଲିଯିବା କହି ପରଚିପାରା ଡିଏନକେ ଗ୍ରାମରେ ଥିବା କ୍ଵା୍କ ଡାକ୍ତର ମିହିର ରାୟ ଘରେ ନେଇଥିଲେ ଏବଂ ମିହିର ରାୟ କାଳ ବିଳମ୍ବ ନ କରି ମଣିକାକୁ ଛ ସାତଟି (୬,୭) ଇଞ୍ଜେକସନ ଦେବା ପରେ ମନିକା ଅଚେତ ହୋଇ ଯାଇଥିଲେ, ଜ୍ଞାନ ଫେରିବାବେଳକୁ ଦେଖିବାକୁ ପାଇଥିଲେ ଗର୍ଭସ୍ଥ ସନ୍ତାନ ଗର୍ଭରେ ନାହିଁ। ଏହି ଗର୍ଭ ବିଷୟରେ ଶ୍ୱଶୁରକୁ ମନିକା ପଚାରିବାରୁ କହିଲେ ଯେ ତମେ ମୃତ ସନ୍ତାନ ପ୍ରସବ କରିଛ। ଏହା ସୁନାବାକ୍ଷନି ମନିକା ଚେତା ହରାଇ ବେହୁଶ ହୋଇ ଯାଇଥିଲେ। ଦୁଇ ଦିନ କ୍ଵା୍କ ଡାକ୍ତରଙ୍କ ଘରେ ରହିବା ପରେ ଶ୍ୱଶୁର ମଣିକାକୁ ନେଇ ନିଜ ଘର ଡୋଡରାସିମଡାରେ ଆଣିଥିଲେ କିନ୍ତୁ ଘରେ ପହଂଚିବା ସଙ୍ଗେ ସଙ୍ଗେ ଘରର ସମସ୍ତେ ଅକୋଥନିୟ ଶାରୀରିକ ମାନସିକ ଅତ୍ୟାଚାର ଆରମ୍ଭ କରିଦେଲେ।ଏହି ଅତ୍ୟାଚାର ସହି ନ ପାରି କନିକା ଗଣ୍ଡ ( ଛଦ୍ମ ନାମ )ଫୋନ ଯୋଗେ ନିଜ ଘର କଲିଆପଦର ବାବା ଗଣେଶଙ୍କୁ (ଛଦ୍ମ ନାମ ) ସହ ବିସ୍ତାରିତ କହିବାରୁ ବାବା ନିଜ ପରିବାରର ସହିତ ମିଶି ଡୋଡରାସିମଡା ଯାଇ ଝିଅକୁ ନିଜ ଘର କଳିଆପଦର ଆଣି ଓଡିଶା ମନୋବଧିକାର ସହାୟତା ସଂଘଙ୍କୁ ଜଣାଇବାରୁ, ଓଡ଼ିଶା ମାନୋବଧିକାର ସଂଘ ଏକ ଲିଖିତ ଅଭିଯୋଗ ରାଇଘର ଥାନାରେ କରିଥିଲେ।

ଓଡ଼ିଶା ମାନବଧିକାରର ଅଭିଯୋଗକୁ ଭିତ୍ତି କରି ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ସଦଳବଳେ ଡୋଡରାସିମଡା ଓ ପରଚିପାରା ଯାଇ କ୍ଵା୍କ ଡାକ୍ତର ମିହିର ରାୟ ଆନୁମାନିକ ବୟସ ୪୮ ଓ ଶ୍ୱଶୁର ସାଗାଲାଲ ଗଣ୍ଡ ଆନୁମାନିକ ବୟସ ୪୫ କୁ ରାଇଘର ଥାନାରେ ଆଣି ଅଟକ ରଖି ପଚରା ଉଚରା କରି କେସ ନମ୍ବର ୪୯୮ ଏ,୫୦୬,୪୧୯,୪୨୦,୩୧୩,୩୪ ଆଇ ପି ଛି, ଆର ଡବ୍ଲୁ ସେକସନ ୧୫-(୩) ଭାରତୀୟ ମେଡିକାଲ କାଉନସିଲର ୯୫୬ ରେ କେସ ରୁଜୁ କରି କୋର୍ଟ ଚଲାନ କରିବାର ସୂଚନା ରାଇଘର ଥାନାର ଏସ ଆଇ ଶ୍ରୀ ମନୋରଞ୍ଜନ ବେହେରା ପ୍ରକାଶ କରିଛନ୍ତି । କେସ ଲେଖିବା ଯାଏ ସାଗାଲାଲ ଗଣ୍ଡଙ୍କ କନିଷ୍ଟ ପୁଅ ମେହେତାବ ଗଣ୍ଡ ଫେରାରଥିଲା।

nis-ad
Leave A Reply

Your email address will not be published.