ଥାଲାସେମିଆ ପିଲାମାନଙ୍କୁ ରକ୍ତ ଦେବାକୁ ଅଣ୍ଟା ଭିଡ଼ିଲେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ।

ରାଜନଗର : ରାଜନଗର ଗ୍ରୀଷ୍ମ ଋତୁ ର ସମୟ ରେ ପ୍ରାୟ ସମସ୍ତ ରକ୍ତ ଭଣ୍ଡାର ରେ ଅଭାବ ଦେଖାଯାଇଥାଏ । ଏବେ ତ ପୁଣି ନିର୍ବାଚନ ର ସମୟ। ନା ଅଛି ରକ୍ତଦାନ ଶିବିର ନା ଅଛି ଅନ୍ୟାନ୍ୟ ବିଭାଗର ରକ୍ତଦାନ କାର୍ଯ୍ୟକ୍ରମ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରେ ଥିବା ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖା ଦେଇଛି। ଯାହା କୁ ପରିପୁରଣ କରିବାକୁ ପ୍ରୟାସ ଜାରି ରଖିଛି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ। ଆଜି କିଛି ଥାଲାସେମିଆ ରୋଗୀ ଙ୍କ ଅଭିଭାବକ ମାନେ ଟ୍ରଷ୍ଟ ର ସଭାପତି ଙ୍କୁ ରକ୍ତ ପାଇଁ ଅନୁରୋଧ କରିଥିଲେ। ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି କିଛି ରକ୍ତଦାତାଙ୍କୁ ନେଇ ଆଜିର ରକ୍ତଦାନ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଆଜି ର ରକ୍ତଦାତା ମାନେ ହେଲେ ରାଜେନ୍ଦ୍ର ପ୍ରସାଦ ସାହୁ, ଋତୁରାଜ ସ୍ବାଇଁ ଓ ଶିଶିର କୁମାର ଦାସ।

nis-ad
Leave A Reply

Your email address will not be published.