ଜିଲ୍ଲା କ୍ୟାମେରାମ୍ୟାନ ସଂଘର ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ୍ୟାମେରାମ୍ୟାନ ସଂଘର ଆଜି ସ୍ଥାନୀୟ ପ୍ରଦକ୍ଷିଣ ଗୃହ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାର ସମସ୍ତ ଷ୍ଟୁଡିଓ ମାଲିକ ଏବଂ ଜିଲ୍ଲାର ଫ୍ରିଲେନ୍ସର କ୍ୟାମେରା ମ୍ୟାନ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କ୍ୟାମେରାମ୍ୟାନ ବିଶ୍ବରଂଜନ ସାମନ୍ତରାୟ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତ କ୍ୟାମେରାମ୍ୟାନ ଓ ଷ୍ଟୁଡିଓ ମାଲିକ ମାନଙ୍କୁ ସ୍ଵାଗତ କରିଥିଲେ l ଅନୁଷ୍ଠିତ ବୈଠକରେ ରାଜେଶ ପାଣିଗ୍ରାହୀ, ରାମଚନ୍ଦ୍ର ପଣ୍ଡା ଓ ଶିବାଜି ଜେନା ପ୍ରମୁଖ ଯୋଗଦେଇ ବୈଠକରେ ଆଗାମୀ ଦିନରେ ଷ୍ଟୁଡିଓ ମାଲିକ ମାନେ ଯେ କୌଣସି କାମର ନୂଆ ରେଟ ତାଲିକା ସହ କନ୍ଧମାଳ ଜିଲ୍ଲାରେ ଷ୍ଟୁଡିଓ ମାଲିକ ମାନେ ନୂତନ ରେଟ ଚାର୍ଟ ଅନୁଯାୟୀ କ୍ୟାମେରାମ୍ୟାନ ମାନଙ୍କୁ କାର୍ଯ୍ୟ ରେ ନିଯୁକ୍ତ କରାଇବେ l ଏଥି ସହିତ କ୍ୟାମେରା ମ୍ୟାନ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥି ପ୍ରତି ଧ୍ୟାନ ଦେବେ । ଆଗାମୀ ଦିନ ରେ ନୂତନ ଭାବେ କର୍ମ କର୍ତ୍ତା ଚୟନ କରିବା ସହ ସଂଘକୁ ମଜୁବୁତ କରିବା ପାଇଁ ପଦକ୍ଷେପ ନେବାକୁ ଆଲୋଚିତ ହୋଇଥିଲା । ସଂଘର ସମସ୍ତ ସଦସ୍ୟ ପାଇଁ ସମସ୍ତେ ସୁବିଧା ଅସୁବିଧାରେ ପାରସ୍ପରିକ ସହଯୋଗ କରାଯିବ ବୋଲି ବୋଲି ଉପସ୍ଥିତ କ୍ୟାମେରାମେନ୍ ମାନେ ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କ୍ୟାମେରା ମ୍ୟାନ ଜଗା ଦାସ, କୃତିଦିପନ ଭୋଇ, ଅସିତ୍ ବେହେରା, କାହ୍ନା ପଟ୍ଟନାୟକ, କାହ୍ନା ଦିଗାଲ, ଲିପୁ, ବାଦଲ, ସୋମ୍ୟ,ସନ୍ତୋଷ,ନିଗମ, ଆରିଆ ପ୍ରମୂଖ ବୈଠକରେ ଯୋଗଦେଇଥିଲେ।ଶେଷରେ ବରିଷ୍ଟ କ୍ୟାମେରାମ୍ୟାନ ବିଶ୍ବରଂଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.