ତ୍ରିକୋଣୀୟ ପ୍ରେମରୁ ହତ୍ୟା, ପ୍ରେମିକା ଆଗରେ ଯୁବକଙ୍କୁ ଖଣ୍ଡାରେ ହାଣିଲା ପ୍ରେମିକ

ଭୁବନେଶ୍ୱର : ପ୍ରେମ ବ୍ୟାପରକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଲା ମୁଣ୍ଡ । ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ  । ପ୍ରେମିକା ଆଗରେ ଯୁବକଙ୍କୁ ଖଣ୍ଡାରେ ହାଣିଲା ପ୍ରେମିକ । ଏପରି ଘଟଣା ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବର ଅଞ୍ଚଳରେ ଘଟିଛି । ଗତକାଲି ରାତି ସାଢେ ୧ଟାରେ ହୋଇଛି ଏହି ହତ୍ୟାକାଣ୍ଡ ।

ପୂର୍ବତନ ପ୍ରେମିକ ପିଙ୍କୁ ନାମକ ଅଭିଯୁକ୍ତ ଅଞ୍ଜନ ନାମକ ଯୁବକଙ୍କୁ ଖଣ୍ଡାରେ ହାଣିଥିବା ସୂଚନା ମିଳିଛି । ଅଞ୍ଜନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀ ବୋଲି ଜଣାପଡିଛି । ସେ ଜଣେ କ୍ୟାଟରିଂ ବୟ ଭାବେ କାମ କରନ୍ତି । ଏହି ଘଟଣା ପରେ ପୁରୁଣା ପ୍ରେମିକ ଫେରାର ହୋଇଯାଇଛନ୍ତିି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

nis-ad
Leave A Reply

Your email address will not be published.