ପୁରୀରେ ପୁଣି ବୋମାମାଡ, ୪ କର୍ମଚାରୀ ଗୁରୁତର ଆହତ

ପୁରୀ : ପୁରୀରେ ପୁଣି ବୋମାମାଡ । ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ । ଏହି ବୋମାମାଡ ମାଡ଼ରେ ୪ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

ସୂଚନା ଅନୁସାରେ ବାଲିଘାଟ ନିକଟ ଭୁଦାନ ଛକରେ ସୁବ୍ରତ କୁମାର ଦିକ୍ଷୀତଙ୍କ ବାଇକ ଓ୍ବାର୍କସପ୍ ଉପରକୁ ହୋଇଛି ବୋମାମାଡ଼ । ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ତିନୋଟି ବୋମାମାଡ କରିଥିବା ସୂଚନା ମିଳିଛି ।  ଏହି ବୋମା ମାଡ଼ରେ ଓ୍ବାର୍କସପ୍ ରେ କାର୍ଯ୍ୟ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର ଆହତ । ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ତାଳବଣିଆ ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । ବୋମା ମାଡର କାରଣ ପୂର୍ବ ଶତ୍ରୁତା କି ଆଉ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ।

nis-ad
Leave A Reply

Your email address will not be published.