ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବନ ବିଭାଗ ଅଧିକାରୀ ତନୁଜା କାର୍ତିକ ବିଶେଷ ସୂତ୍ରରୁ ଖବର ପାଇଁ ଆଜି ଦିନ ୧୧ ଟା ତିରିଶ ମିନିଟ ସମୟରେ କୁମଲି ଆଧିବାସୀ ଗ୍ରାମରେ ପେଟ୍ରୋଲିଙ୍ଗ କରିବା ସମୟରେ ଜଙ୍ଗଳ ପାଖରେ ସଂଧିଗ୍ଧ ଅବସ୍ଥାରେ ଦୁଇ ଜଣ ଲୋକ ଟହଲ ପହଲ ହେବା ଦେଖି ସେମାନଙ୍କୁ ଡାକି ପଚାରା ଉଚୁରା କରିବା ସମୟରେ ସେମାନେ ଗୋଟିଏ ବ୍ୟାଗ ଧରିଥିଲା ସେହି ବ୍ୟାଗ ତଳାସୀ କରିବାରୁ ବ୍ୟାଗ ମଧ୍ୟରୁ ମୃତ ବଜ୍ରକପ୍ତାର ଖପୁରୀର ୩୦୭ ଖଣ୍ଡ ଅଂଶ ବିଶେଷ ଉଦ୍ଧାର କରିବା ସହ ଦୁଇ ସଂଧିଗ୍ଧଙ୍କ ବନବିଭାଗ କାର୍ଯ୍ୟଲୟ କୁ ଆଣି ଘଟଣା ବିଷୟରେ ପଚାରା ଉଚରା ଜାରି ରଖିଥିଲେ। ସଂଧିଗ୍ଧଦୟ ଡାବୁଗାଁ ଥାନା ଅନ୍ତର୍ଗତ ବାଉଁଶଗୁଡା ଗ୍ରାମର ଗବରୁ ସବର (୪୦) ଓ ଜଗବନ୍ଧୁ ଭତରା ( 45).ବନପାଳ ତନୁଜା କାର୍ତିକ ଉଭୟ ଙ୍କୁ ଘଟଣା ସ୍ଥଳରୁ ସେମାନେ ଚଡୁଥିବା ହିରୋହୋଣ୍ଡା ମଟର ସାଇକେଲ ଯାହାର ନମ୍ବର OD 24C 8632 ଜବତ କରି କେସ ନମ୍ବର ୭୭/ ୨୦୨୪ ରେ ଏକ ମାମଲା ରୁଜୁ କରି ଉଭୟଙ୍କ କୋର୍ଟ ଚାଲାଣ କରିଥିବାର ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ( ରସିକ ସରକାର, ଉମରକୋଟ )
Sign in
Sign in
Recover your password.
A password will be e-mailed to you.
Prev Post
Next Post