ରାଜନଗର ଗଣପର୍ବ ଦୋଳ ମେଲଣର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଆଜି ଚଳିତବର୍ଷର ବ୍ଲକ ସ୍ତରୀୟ ଦୋଳମେଲଣର ସୁଵର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଦୋଳକମିଟିର ସଭାପତି ଶ୍ରୀ ଅଜୟ କୁମାର ଜେନାଙ୍କ ସଭାପତିତ୍ବରେ ଥାନା ମହାଦେବ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଦୋଳମେଲଣ ହେଵା ସମ୍ବନ୍ଧରେ କମିଟିର ଶତାଧିକ ସଭ୍ୟ ଏବଂ ସଭାପତି /ସମ୍ପାଦକ ବ୍ଲବର ବିଭିନ୍ନ ସ୍ଥାନରୁ ମେଲଣକୁ ଆସୁଥିବା ଠାକୁର ବିମାନ କମିଟିର ପ୍ରତିନିଧି ମାନେ ମେଲଣ ସମନ୍ଧୀୟ ଵିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଥିଲା। ଏଥିରେ ଶାନ୍ତି ଶୃଙ୍ଖଳା ସହିତ ଆଧ୍ୟାତ୍ମିକ ଭାବ ଧାରାରେ ମେଲଣ ଉତ୍ସବ ପାଳନ କରିବାକୁ ଆଇଆଈସି ତଥା ଦୋଳକମିଟିର ସଭାପତି ଶ୍ରୀ ଅଜୟ କୁମାର ଜେନା ମତଵ୍ୟକ୍ତ କରିଥିଲେ। ଏହି କମିଟିରେ ସଭାପତି /ସମ୍ପାଦକ ପ୍ରଭାତ କୁମାର ମିଶ୍ର ସମେତ ପଣ୍ଡିତ ଶଙ୍କର୍ଷଣ ମିଶ୍ର, ନାରାୟଣ ମାହୁନ୍ତ, ରମେଶ ଚନ୍ଦ୍ର ଲାଲ, ଚିତରଞ୍ଜନ ଦାସ (ଫୁଲ) ବିଚିତ୍ର କୁମାର ମଲ୍ଲିକ, ସତ୍ୟବାନ ସେଠି, ଜୟରାମ ସେଠୀ, ଘୁନ ପରିଡା, ବାବାଜୀ ମିଶ୍ର, ଅଇର ଲେଙ୍କା, କେଳୁ ଚରଣ ଲେଙ୍କା, ଭିକାରି ବଳ ପ୍ରମୁଖ ବହୁ ସଦସ୍ଯ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.