ବନ ବିଭାଗ ପକ୍ଷରୁ ବନାଗ୍ନି ନିରୋଧ ସଚେତନତା କାର୍ଯ୍ୟକ୍ରମ

ଦେବଗଡ,୯ା୩ : ଦେବଗଡ ବନଖଣ୍ଡ କଂସର ଫରେଷ୍ଟ ସେକ୍ସନର ବିଭିନ୍ନ ଗ୍ରାମରେ ଆଜି ବନାଗ୍ନି ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବଗଡ ବନଖଣ୍ଡ ଅଧିକାରୀ ମଗର ଧାନାଜୀ ରାଓସୋଙ୍କ ନିର୍ଦ୍ଦେଶ କ୍ରମେ କଂସର ଫରେଷ୍ଟର ବାଣେଶ୍ୱର ପରିଡାଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଂଚଳର ୫ ଗୋଟି ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସମ୍ପୃକ୍ତ ଅଂଚଳର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ଜରିଆରେ ସଚେତନତା ସଭା, ଶୋଭାଯାତ୍ରା ଏବଂ ଲିଫ୍‌ଲେଟ ବିତରଣ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟର ସେଚେତନତା ସୃଷ୍ଟି କରାଯାଇଥିଲା । ଜଙ୍ଗଲରେ ନିଆଁ ଲାଗିଥିଲେ ଏହା ନିଜର ସମ୍ପତି ଭାବି ନିଆଁକୁ ଲିଭାଇବା ସହ ଆବଶ୍ୟକ ସ୍ଥଳେ ବନ ବିଭାଗକୁ ସୂଚନା ପ୍ରଦାନ କରିବା ଓ କୌଣସି ନ୍ୱସ୍ତସ୍ୱାର୍ଥ ବ୍ୟକ୍ତି ଜଙ୍ଗଲରେ ନିଆଁ ନଲଗାଉଥିବା ଦେଖିଲେ ତୁରନ୍ତ ବନବିଭାଗକୁ ସୂଚନା ପ୍ରଦାନ କରିବାକୁ ଏହି ଅବସରରେ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ଫରେଷ୍ଟଗାର୍ଡ କାର୍ତିକେଶ୍ୱର ଦେହୁରୀ, ମାନସ ମଞ୍ଜରୀ ନାୟକ, ବୀଣାପାଣି ଭୋଇ, ପାରା ସ୍କ୍ୱାର୍ଡ ବାପୁନ ରଣା, ବପିନ୍ଦ୍ର ସାହୁ ଓ କୁଶଲ ତିର୍କିଙ୍କ ସମେତ ବନ ବିଭାଗର ବହୁ କର୍ମଚାରୀ ,ସ୍ଥାନୀୟ ଗ୍ରାମବାସୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ବନବସୁରକ୍ଷା ସମିତିର ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.