ଛତ୍ରପୁରକୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ , ୧୮୫ ଟି ମାମଲାର ବିଚାରଣ ହୋଇ ୪୬ଟି କେସ ର ଫଇସଲା

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ଅଭିନନ୍ଦିତା ପଣ୍ଡା , ଏସଡିଜେଏମ ପ୍ରିତିଶ କୁମାର ରଥ ଓ ଜେଏମଏଫସି ସ୍ୱୟଂସିକ୍ତା ପତି ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୧୮୫ଟି ମାମଲାର ବିଚାରଣ ହୋଇ ୪୬ଟି କେସ ଫଇସଲା କରିଛନ୍ତି । ଏହି ବାବଦରେ ୧୬ଲକ୍ଷ ୪୭ହଜାର ୧୫୮ଟଙ୍କା ଆଦାୟ କରାଯାଇଛି । କ୍ରିମିନାଲ କ୍ଲମ୍ପାଉଣ୍ଡେବୁଲ ଓଫ୍ରେନ୍ସ ରେ ୧ ଫଇସଲା ହୋଇ ସେଟାଲମେଣ୍ଟ ବାବଦରେ ୧ଲକ୍ଷ , ସେହିପରି ୩ ଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ର ଫଇସଲା କରି କ୍ଷତିପୂରଣ ବାବଦରେ ୯ ଲକ୍ଷ ୭୫ ହଜାର ଟଙ୍କା କ୍ଷତି ପୂରଣ ବାବଦରେ ଆଦାୟ କରାଯାଇଥିବା ବେଳେ ୨ଟି ଏନଆଇ ଆକ୍ଟ ମାମଲାର ସମାଧାନ କରାଯାଇ ୩ଲକ୍ଷ ଟଙ୍କା ଆଦାୟ କରାଯାଇ ସେଟାଲମେଣ୍ଟ କରାଯାଇଛି । ସେହିପରି ବ୍ୟାଙ୍କ ବାବଦରେ ୨ ଟି ମାମଲା ର ଫଇସଲକ୍ଷ ହୋଇ ୨ଲକ୍ଷ ୭୨ହଜାର ୧୫୮ଟଙ୍କା ଆଦାୟ ହୋଇଛି,୪ଟି ପାରିବାରିକ ବିବାଦ କେସ ର ଫଇସଲାହୋଇଛି, ଅନ୍ୟାନ୍ୟ ସିଭିଲ କେସ ରେ ୨ଟି ମାମଲା ର ଫଇସଲା ହୋଇଛି । ଏହାସହିତ ଅନ୍ୟାନ୍ୟ କ୍ରିମିନାଲ କେସ ରୁ ୩୨ ମାମଲା ଗୁଡିକର ଫଇସଲା ହୋଇଥିଲା । ଲୋକ ଅଦାଲତ ବେଞ୍ଚ ମେମ୍ବର ଗୋକୁଳ ଚନ୍ଦ୍ର ପଣ୍ଡା , ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏଲ ଗୋପାଳ ରାଓ ମୋହନ ଆଚାର ଙ୍କ ସମେତ ବହୁ ଆଇନଜିବୀ ମାନେ ମାମଲା ଗୁଡିକର ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.