ବ୍ରାହ୍ମଣୀଗାଁ ବ୍ଲକ ଗଠନ ନେ଼ଇ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି, ୯/୩ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବ୍ଲକ ଦାବୀରେ ବହୁଜନ ଛାତ୍ର ଓ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ତଥା ଆମ୍ବେଦକରାଇଟ୍ ସଲିଡ଼ାରିଟି ଫୋରମ୍ ର ରାଜ୍ୟ ସଂଯୋଜକ ଇଂ ଅନିଲ୍ କୁମାର ମଲ୍ଲିକ୍ ଙ୍କ ନେତୃତ୍ୱରେ ସଂଯୁକ୍ତ ସଂଖ୍ୟାଲଘୁ ଫୋରମ୍ ର ଆବାହକ ଯୁଗଳ କିଶୋର ରଣଜିତ୍, ଆମ୍ବେଦକରାଇଟ୍ ସଲିଡ଼ାରିଟି ଫୋରମ୍ ର କନ୍ଧମାଳ ଜିଲ୍ଲା ସଂଯୋଜକ ଲମ୍ବୋଦର ସିଂ,ଆମ୍ବେଦକରାଇଟ୍ ସଲିଡ଼ାରିଟି ଫୋରମ୍ ଗଞ୍ଜାମ ଜିଲ୍ଲା ସଂଯୋଜକ ବିଶ୍ୱଦତ୍ତ ଦଳବେହେରା ପ୍ରମୁଖ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ପଛୁଆବର୍ଗ ଉନ୍ନୟନ ବିଭାଗର ନିର୍ଦ୍ଦେଶକଙ୍କୁ ଚଳିତ ମାସ ୭ ତାରିଖ ଦିନ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଦାରିଙ୍ଗବାଡି ବ୍ଲକ କନ୍ଧମାଳ ଜିଲ୍ଲାର ସର୍ବ ବୃହତ ଆଟେ। ୨୫ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଏହି ବ୍ଲକ ଗଠିତ ହୋଇଛି। ଭୌଗଳିକ ଦୃଷ୍ଟିକୋଣରୁ ମଧ୍ଯ ଏହି ବ୍ଲକ ବୃହତ ଅଟେ। ଯାହାକି ବହୁ ପଞ୍ଚାୟତ ବ୍ଲକ ମହକୁମା ଠାରୁ ପ୍ରାୟ ୫୦ ରୁ ୭୦ କିମି ଦୂରରେ ରହିଛି। ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ବ୍ଲକ ଗଠନ ଦାବୀ ନେଇ ୧୯୯୪ ମସିହାରେ ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥଲେ। ୧୯୯୭ ମସିହା ସାଧାରଣ ନିର୍ବାଚନ ସମୟରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉନ୍ନତୀ ଓ ବିକାଶର ଶିଥିଳତା ଧାରାରୁ ବାଧ୍ୟ ହୋଈ ଭୋଟ ବର୍ଜନ ମଧ୍ୟ କରିଥିବା ନଜିର ରହିଛି। ଏହି ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତର ଜନ ସଂଖ୍ୟା ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଅଟେ। ଏହାରି ଭିତରେ ସାରା ଦେଶରେ ସ୍ବାଧୀନତାର ଅମୃତ ଉତ୍ସବ ପାଳିତ ହୋଇସାରିଛି। ହେଲେ ଅଞ୍ଚଳ ବାସୀଙ୍କ ବ୍ଲକ ଗଠନ ସ୍ବପ୍ନ ଆଜ ଯାଏ ସ୍ବପ୍ନ ହୋଇ ରହିଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀ ଦୀର୍ଘ ବର୍ଷ ହେବ ବ୍ରାହ୍ମଣୀଗାଁ ବ୍ଲକ ଗଠନ ନେଇ ଦାବୀ କରି ଆସୁଛନ୍ତି। ବ୍ରାହ୍ମଣୀଗାଁ ଦାରିଙ୍ଗବାଡି ବ୍ଲକର ଦ୍ୱିତୀୟ ବୃହତ୍ତମ ବଜାର ଅଟେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଓ ବଜାରିକରଣ ଦୃଷ୍ଟିରୁ ବ୍ରାହ୍ମଣୀଗାଁ ବଜାର ଉପରେ ଅଞ୍ଚଳର ୮ଗୋଟି ଗ୍ରାମପଞ୍ଚାୟତ ଯଥା ସରାମୁଳି, ତାଜୁଙ୍ଗି, ହାତିମୁଣ୍ଡା, ଗଦାପୁର, କାଟିଙ୍ଗିଆ, କୁମ୍ଭାରିଗାଁ ଝିଞ୍ଜିରିଗୁଡ଼ା, ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ବାସୀଙ୍କ ସହିତ ପଡ଼ୋଶୀ ଗଜପତି , ଗଞ୍ଜାମ ଓ ରାୟଗଡା ଜିଲାର କିଛି ପଞ୍ଚାୟତ ବାସୀ ନିର୍ଭର କରୁଛନ୍ତି। ଏହିସବୁ ଦୃଷ୍ଟିରୁ ବ୍ରାହ୍ମଣୀଗାଁ ଅଞ୍ଚଳ ବ୍ଲକ ଗଠନ ଅଭିଯାନ କମିଟିର କାର୍ଯ୍ୟକାରୀ ସଭାପତି ତଥା ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ମାନବାଧିକାର କର୍ମୀ ବିକ୍ରମାଦିତ୍ୟ ବସ୍ତିରାୟ ବ୍ରାହ୍ମଣୀଗାଁ ବ୍ଲକ ଗଠନ ହେବାଯାଏ ଅଞ୍ଚଳ ବାସୀଙ୍କ ଦାବୀ ଜାରୀ ରହିବ ସୁଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.