ମକା ଗଛରେ ପାଣି ଦେଉଥିବା ଵେଳେ ଦକ୍ଷିଣଭେଡା ଗାଁର ନିମାଇଁକୁ ଟାଣି ନେଲା କୁମ୍ଭୀର

ରାଜନଗର : ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବ଼଼ଉଳା କୁମ୍ଭୀର ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଭିତରକନିକା ବିଶ୍ବମାନଚିତ୍ରରେ ସ୍ଥାନପାଇ ପର୍ଯ୍ୟଟନ ସ୍ଥଳୀରେ ସୁନାମ ଅର୍ଜନ କରିଚାଲିଛି। ହେଲେ ବନ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ବହୁଵିଧ ଯୋଜନା କରୁଥିଲେ ମଧ୍ୟ ଲୋକମାନଙ୍କୁ ଟାଣି ଖାଇବାରେ କୁମ୍ଭୀର ପଛଘୁଞ୍ଚା ନଦେଇ ସମାଜରେ ବନଵିଭାଗର ଅପାରଗତା ବୋଲି ଆଙ୍ଗୁଳି ନିର୍ଦ୍ଦେଶ ହେଉଛି। ନଦୀକୂଳ, ପୋଖରୀ, ନାଳ, ଜୋର ଆଦିରେ କୁମ୍ଭୀର ଆଶ୍ରୟ ନେଇ ଵହୁ ଲୋକଙ୍କୁ ମାରିଖାଇଥିବା ରାଜନଗର ଵନଖଣ୍ଡ ଓ ସାଧାରଣ ଜନତାଙ୍କୁ ଅଛପା ନାହିଁ। ହେଲେ କିଛିଦିନ ନିରଵତା ପରେ ପୁଣି କୁମ୍ଭୀରର ଦୌରାତ୍ମ୍ଯ ଵୃଦ୍ଧି ପାଇ ଆଜି ରାଜନଗର ଵ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତର ଦକ୍ଷିଣଭେଡା ଗ୍ରାମର ନିମାଇଁ ମଲ୍ଲିକ ଵିଲରେ ଚାଷହୋଇଥିବା ମକାଗଛରେ ଆଜି ସକାଳ ପ୍ରାୟ ୮ଟା ସମୟରେ ପାଣି ଦେଉଥିବା ଵେଳେ କୁମ୍ଭୀରଟି ଶ୍ରୀ ମଲ୍ଲିକଙ୍କ ଉପରେ କୋପଦୃଷ୍ଟି ପକାଇ ଝାମ୍ପିନେଇଥିଲା। ଖବର ପାଇ ରାଜନଗର ରେଞ୍ଜରଙ୍କ ନିର୍ଦେଶରେ ଫରେଷ୍ଟର ଶ୍ରୀ ବିଜୟ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଫରେଷ୍ଟ କର୍ମଚାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏଵଂ ଛିନ୍ ଭିନ୍ କରି ଖୋଜା ଖୋଜି କରିବା ପରେ ଅପରାହ୍ନ ୩ଟା ସମୟରେ ନିକଟସ୍ଥ ଜୋରରୁ ନିମାଇଁଙ୍କ ଶବ ଠାବ କରିଥିଲେ। ଏହି ଖବର ପାଇ ଅଶୁମାନ ମହାନ୍ତି ଦୂରେରେ ଥିବାରୁ ଦୁଃଖ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶରେ ଦେଵେନ୍ଦ୍ର କୁମାର ଜେନାଙ୍କ ସମେତ ଵହୁ ବିଜେଡି କର୍ମୀ ନିମାଇଁଙ୍କ ଘରେ ପହଞ୍ଚି ସମଵେଦନା ଜଣାଇବା ସହ ଦୁଃଖଦ ପରିବାରକୁ ଶିଘ୍ର କିପରି ସରକାରୀ ସହାୟତା ମିଳିପାରିବ ସେଥିନିମନ୍ତେ ଵ୍ୟଵସ୍ଥା କରିବେ ଵୋଲି ଶ୍ରୀ ଜେନା କହିଥିଲେ। ଅଞ୍ଚଳରେ ଏହି ଦୁଃଖଦ ଖବର ପ୍ରଚାରିତ ହେଵା ପରେ ଵହୁ ନେତା ଏବଂ ମାନ୍ୟଗଣ୍ୟ ଵ୍ୟକ୍ତି ପହଞ୍ଚି ଶୋକ ବ୍ୟକ୍ତ କରି ଶେଷ ଦର୍ଶନ କରିଥିଲେ। ଏହାକୁ ଏକ ଅପମୃତ ମାମଲା କରାଯାଇ ଶଵବ୍ୟବଛେଦ ପରେ ପରିବାରକୁ ଶଵ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

nis-ad
Leave A Reply

Your email address will not be published.