ମାଲକାନଗିରି : ଜିଲ୍ଲା ସଂସ୍କୃତି ଭବନ ଠାରେ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅଥିତି ଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ପତିତ ପାବନ ବୈଦ୍ୟ ଓ ପୌର ପରିଷଦ ଉପାଧ୍ୟକ୍ଷ କବିତା ମହନ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡ. ପ୍ରଫୁଲ କୁମାର ନନ୍ଦ ଓ ଜିଲ୍ଲା ଅତିରିକ୍ତ ଜନ ସ୍ୟାସ୍ଥ୍ୟ ଅଧିକାରୀ( ପରିବାର କଲ୍ୟାଣ ବିଭାଗ), ଡ.ବ୍ରଜବନ୍ଧୁ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ସସ୍ମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସାତୋଟି ବ୍ଲକର ପ୍ରାୟ ୩୦୦ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏଏନଏମ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ହେତୁ ଜିଲ୍ଲାର ସାତୋଟି ବ୍ଲକ ର ପାଞ୍ଚ ଜଣ ଲେଖାଏଁ ଆଶା କର୍ମୀଙ୍କୁ ଟ୍ରଫି, ମାନପତ୍ର ଏବଂ ଅର୍ଥ ରାଶି ସହ ସମ୍ମାନୀତ କରାଯାଇଥିଲା । ଏହା ସହ ପ୍ରତ୍ୟେକ ବ୍ଲକର ଗୋଟିଏ ଲେଖାଏଁ ଗାଁ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କାର ଅର୍ଥରାଶି ଏବଂ ତିନିଟି ମହିଳା ଆରୋଗ୍ୟ ସମିତିକୁ ୩ ହଜାର ଲେଖାଏଁ ଅର୍ଥ ରାଶି ପ୍ରଦାନ କରି ସମ୍ମାନୀତ କରାଯାଇଛି ।
ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଆଶା କର୍ମୀ, ଏଏନଏମ ଟ୍ରେନିଂ ସ୍କୁଲ ଛାତ୍ରୀ ମାନଙ୍କୁ ଏବଂ କୁନି କୁନି ଶିଶୁ କଳାକାରଙ୍କୁ ଟ୍ରଫି ଏବଂ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଜିତ କୁମାର ଦଳାଇ,ଡ. ଦୁର୍ଗା ପ୍ରସାଦ ରାଜ,ଓ଼ମ ପ୍ରକାଶ ସା ଓ ଡ଼. ପ୍ରାଣବିକା ସିଂ, ଦୁର୍ଗା ପ୍ରସାଦ ପ୍ରହରାଜ, ହରିବନ୍ଧୁ ଦେଶୀ ନାୟକ,ଶ୍ୟାମ ସୁନ୍ଦର ମାଝୀ, ଅଙ୍କିତ ଜୈନ, ସଚିନଦେବ ଗୌଡ଼ ସହଯୋଗ କରିଥିଲେ ।