ରାସ୍ତା ନାହିଁ ତ ଭୋଟ ନାହିଁ : ନଦୀ ମୁଠା ଅଞ୍ଚଳ ବାସୀ ଭୋଟ ବର୍ଜନ ଦେଲେ ଚେତାବନୀ…

ଆର,ଉଦୟଗିରି : ଚଳିତ ମାସ ୦୭ ତାରିଖ ଦିନ ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ୧୦ ରୁ ଉର୍ଦ୍ଧ୍ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକ ପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗାଁର ଶତାଧିକ ମହିଳା ଓ ପୁରୁଷ ମାନଙ୍କ ନଦୀ ମୁଠାଏରିଆରେ ଏକ ସଭା ହୋଇ ଯାଇଛି ।
ସ୍ଵାଧୀନତାର ୭୫ ବର୍ଷ ହେଲା କିନ୍ତୁ ଜୟପୁର ଠାରୁ ପଦ୍ମପୁର ଯିବା ପାଇଁ ସଂଯୋଗୀକରଣ ବ୍ରିଜ, ଜୟପୁର ଠାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର, ଜୟପୁର ଠାରେ ନଳକୂପ ମରାମତି, ମାଙ୍କିଡି କେନ୍ଦୁ ନାଳ ଚେକ ଡ୍ୟାମ୍ ରେ କେନାଲ କରିବା, ଜୟପୁର ଠାରୁ କିରାମା ପର୍ଯ୍ୟନ୍ତ ପକ୍କା ରାସ୍ତା, ଜୟପୁର ଠାରୁ କେଡିପଦର ଠାରୁ ପଟେଗୁଡା ପର୍ଯ୍ୟନ୍ତ ପକ୍କା ରାସ୍ତା ଓ ନଦିମୁଠା ଏରିଆ ର ଆଦିବାସୀ ଗରିବ ଲୋକ ମାନଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ। ଏଣୁ ଚଳିତ ବର୍ଷ 2024 ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି l

nis-ad
Leave A Reply

Your email address will not be published.