ଦେବଗଡ଼ : ବକେୟା ବିଦ୍ୟୁତ ବିଲ୍ ଓ ଜୋରିମାନା ଛାଡ, ବିଦ୍ୟୁତ ନଥିବା ଗ୍ରାମରେ ବିଦ୍ୟୁତ ସଂଯୋଗ ଓ ଅଚଳ ଟ୍ରାନ୍ସଫର୍ମର ଗୁଡିକର ମରାମତି ଦାବୀରେ ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ସ୍ଥାନୀୟ ଟିପିଡବ୍ଲୁଓଡିଏଲ କାର୍ଯ୍ୟାଳୟ ଘେରାଉ କରାଯାଇଛି ।ଆଜି ପୁର୍ବାହ୍ନରେ ଜିଲା କଂଗ୍ରେସ ସଭାପତି ସେମ୍ ହେମ୍ରମଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ବଦ୍ୟୁତ ଉପଭୋକ୍ତା, ବିଦ୍ୟୁତ ନଥିବା ଗ୍ରାମର ଗ୍ରାମବାସୀ ଓ କଂଗ୍ରେସ କର୍ମୀ ମାନେ ସ୍ଥାନୀୟ , ଗୋପାଳଜୀ ମନ୍ଦିରରୁ ଟିପିଡବ୍ଲୁଓଡିଏଲ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଳୋଗାନ ସହ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବାପରେ ଟିପିଡବ୍ଲୁଓଡିଏଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି କାର୍ଯ୍ୟାୟାଳୟ ଘେରାଉ କରିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ କଂଗ୍ରେସ ନେତା ମାନେ ଟିପିଡବ୍ଲୁଓଡିଏଲ କର୍ତୃପକ୍ଷଙ୍କ ମନମାନି ଓ ଗୁଣ୍ଡାରାଜ ବିରୁଦ୍ଧରେ ବିକ୍ଷୋଭ ପ୍ରକାଶ କରିବାସହ ଗରିବ ଉପଭୋକ୍ତା ମାନଙ୍କର ବକେୟା (ଏରିଅର୍)ଓ ଭିଜିଲାନ୍ସ ଚଢଉ ଜନିତ ଜୋରିମାନା ଛାଡ କରିବା ଦାବୀରେ ଏକ ସ୍ମାରକପତ୍ର ଟିପିଡବ୍ଲୁଓଡିଏଲର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ଏଥିସହ ଆଗାମୀ ୧୦ ଦିନ ମଧ୍ୟରେ ଦାବୀ ପୁରଣ ନହେଲେ ଆନ୍ଦୋଳନ ପାଇଁ ଜିଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଲିଖିତ ଚେତାବନୀ ଦିଅଯାଇଥିବା ଜଣାପଡିଛି । ପକ୍ଷରୁ ଏହି ଅବସରରେ ଉପଭୋକ୍ତା ମାନେ ମଧ୍ୟ ନିଜ ନିଜର ବିଭିନ୍ନ ସମସ୍ୟା ସମ୍ବଳିତ ଦରଖାସ୍ତ ପ୍ରଦାନ କରିଥିଲେ । ଆଜିର ଏହି ଶୋଭାଯାତ୍ରା ଓ ଘେରାଉ କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ସାଦାରଣ ସମ୍ପାଦକ ରମେଶ ପାତ୍ର, ଉସ୍ୱାପତି ମଞ୍ଜୁଳ କୁମାର ନାଏକ,ଜିଲା ମହିଲା କଂଗ୍ରେସ ସଭାନେତ୍ରୀ ଲିତା ଆଚାର୍ଯ୍ୟ, ମୀନତି ନାଏକ, ଓବିସି ସେଲ୍ ସବାପତି ସୁବାସ ଚନ୍ଦ୍ର ଭୋଇ,ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ, ଜିଲା କଂଗ୍ରେସ ଗଣମାଧ୍ୟମ ଓ ଗୋଗାଯୋଗ ସେଲ ଅଧ୍ୟକ୍ଷ ସିଦ୍ଧେଶ୍ୱର ଗୁରୁ, ରିଆମାଳ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ସ୍ୱାଇଁ, ତିଲେଇବଣି ବ୍ଲକ କଂଗ୍ରେସ ସଭାପତି ସୁରେନ୍ଦ୍ର କୁମାର ସାହୁ , ଜିଲା ଯୁବ କଂଗ୍ରେସ ସଭାପତି ସଲମନ ହେନେଜ ଓ ଶ୍ରୀତମ ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.