ଦେବଗଡ଼,୫ା୩:ଦେବଗଡ ଜିଲାର ଆଗଧାଡିର ବିଜେଡି ନେତା ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଇଂ.ସୁଜିତ କୁମାର ପ୍ରଧାନ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଇଂ.ପ୍ରଧାନ ଆଜି ତାଙ୍କର ଇସ୍ତଫା ପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ସୁଜିତ ବ୍ୟକ୍ତିଗତ କାରଣ ଓ ପାରିବାରିକ ସମସ୍ୟା ଯୋଗୁଁ ଇସ୍ତଫା ଦେବାସହ ଜିଲା ବିଜେଡିର ସମସ୍ତ ପ୍ରକାର ଅଗଣତାନ୍ତ୍ରିକ କାର୍ଯ୍ୟ କଳାପରୁ ଦୂରେଇ ରହିବେ ବୋଲି ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସୁଜିତ ପୂର୍ବତନ ବିଧାୟକ ସଞ୍ଜୀବ କୁମାର ପ୍ରଧାନ ଓ ପୂର୍ବତନ ନଗରପାଳ ପ୍ରଣବ କୁମାର ପ୍ରଧାନଙ୍କ ସାନ ଭାଇ ଅଟନ୍ତି । ସେହିପରି ସେ ପୂର୍ବରୁ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ମଧ୍ୟ ରହିଥିଲେ । ତେବେ ବଡଭାଇ ସଞ୍ଜୀବ ପ୍ରଧାନ ବିଧାୟକ ପଦବୀ ପାଇଁ ବିଜେଡି ଟିକେଟ ପାଇବାପରେ ୨୦୦୯ ମସିହାରେ ସେ ଭାଜପା ରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦାନ କରିଥିଲେ । ଦେବଗଡ ଜିଲା ରାଜନୀତିରେ ସୁଜିତ ଓ ତାଙ୍କ ପରିବାରର ଗୁରୁତ୍ୱ ଭୁମିକା ରହି ଆସିଥିବା ବେଳେ ତାଙ୍କର ଇସ୍ତଫା ବିଜେଡି ଦଳ ପାଇଁ କ୍ଷତି ପହଂଚାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୁଜିତ ଅନୁରୂପ ଭାବେ ଆଜି ଅଲ ଓଡିଶା ଡ୍ରାଇଭର ସଂଘର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପଦରୁ ମଧ୍ୟ ଇସ୍ତପା ଦେଇଛନ୍ତି । ସେ ଆଜି ତାଙ୍କର ଇସ୍ତଫା ପତ୍ର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ନିକଟକୁ ପଠାଇଥିବା ‘ ସୂଚନା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଏହି ପଦବୀରୁ ଇସ୍ତଫା ଦେଉଥିବା ତାଙ୍କର ଇସ୍ତପା ପତ୍ରରେ ଉଲ୍ଲେଖ କରିଥିବା ଜଣାପଡିଛି । ସୁଜିତ ଭାଜପା ଦଳରେ ଯୋଗ ଦେବେ କି ସେ ନେଇ ଚର୍ଚ୍ଚା ଯୋର ଧରିଛି ।
Sign in
Sign in
Recover your password.
A password will be e-mailed to you.