ମାର୍ଚ୍ଚ ମାସ ୧୦ ତାରିଖରେ କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ ପ୍ରତିଯୋଗିତା…

ଫୁଲବାଣୀ : ରାଷ୍ଟ୍ରୀୟ କଳାମଞ୍ଚ ଦ୍ଵାରା ଆୟୋଜିତ ହେଉଥିବା ପ୍ରତିଭା ସଂଗମ କାର୍ଯ୍ୟକ୍ରମ ପାଇଁ ଆଜି କନ୍ଧମାଳ ଜିଲ୍ଲାରେ ପୋଷ୍ଟର ଉନ୍ମୋଚନ ହୋଇଯାଇଛି l ଏବଂ ଆଗାମୀ ମାର୍ଚ୍ଚ ମାସ ୧୦ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରୀୟ କଳାମଞ୍ଚ ସଂଯୋଗ ତ୍ରିଲୋଚନ ଗଣ୍ଡା କହିଛନ୍ତି l ଏହି ପ୍ରତିଯୋଗିତାରେ ଏକକ ନୃତ୍ୟ, ଗ୍ରୁପଡାନ୍ସ,ଏକକ ସଙ୍ଗୀତ, ଚିତ୍ରାଙ୍କନ, ଏକକ ଅଭିନୟ, ନାଟକ ( ଏକାଙ୍କିକା), ରଙ୍ଗୋଲି, ସ୍ଵରଚିତ କବିତା ଆବୃତ୍ତି, ପାରମ୍ପରିକ ବେଶ ଭୂଷା ପରି ପ୍ରତିଯୋଗିତା ହେବା ପାଇଁ ଯାଉଛି । ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ପ୍ରତ୍ୟେକ ବିଦ୍ୟାର୍ଥୀ +୨ କିମ୍ବା ଉର୍ଦ୍ଧ୍ବ ପଢୁଥିବା ଆବଶ୍ୟକ ଏବଂ ଜଣେ ପ୍ରତିଯୋଗୀ କେବଳ ୨ ଟି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି ନିୟମାବଳି ରହିଛି l ଏହି ପ୍ରତିଯୋଗିତାରେ କେବଳ କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ହିଁ ଭାଗ ନେଇ ପାରିବେ ଏବଂ ଯେଉଁ ପ୍ରତିଯୋଗୀ ମାନେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିବେ ସେହି ସବୁ ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ ପାରିବେ ଏବଂ କନ୍ଧମାଳ ଜିଲ୍ଲାର ନାମକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉପରକୁ ନେଇ ପାରିବେ ବୋଲି ଶ୍ରୀ ଗଣ୍ଡା କହିଛନ୍ତି ।

nis-ad
Leave A Reply

Your email address will not be published.