ମାଲକାନଗିରି : ଛତିଶଗଡର ବିଜାପୁରରେ ଜଣେ ୧ ଲକ୍ଷ ଇନାମି ମହିଳା ମାଓବାଦୀକୁ ସର୍ଚ ଅପରେସନ ବେଳେ ଯବାନ ମାନେ ଗିରଫ କରିଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର କୋବ୍ରା ୨୦୪ ଏବଂ କେରିପୁ ୧୫୧ବାଟାଲିଆନର ଯବାନ ମାନେ ମିଳିତ ଭାବେ ଜରପାଲୀ ଜଙ୍ଗଲରେ ତଲାସି ଅଭିଯାନ କରିବା ବେଳେ କିଛି ମହିଳା ଓ ପୁରୁଷ ଯବାନଙ୍କୁ ଦେଖି ଜଙ୍ଗଲ ମଧ୍ୟରେ ଲୁଚି ପଳାଇବାକୁ ଉଦ୍ୟମ କରୁଥିବା ଦେଖି ଯବାନ ମାନେ ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ କାବୁ କରିଥିଲେ । ଏହାପରେ ତାଙ୍କ ନିକଟରୁ କିଛି ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିବା ସହ ତାଙ୍କୁ ପଚରା ଉଚରା ବେଳେ ସେ ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ସ୍ଵୀକାର କରିବା ସହ ନିଜ ନାମ ରାମବାଇ କଟାମ ବୋଲି ପ୍ରକାଶ କରିଥିଲେ । ତେବେ ତାଙ୍କ ନାମରେ ୧ଲକ୍ଷର ଇନାମ ରାସୀ ରହିଥିବା ମଧ୍ୟ ଜଣା ପଡିଥିବା ବେଳେ ଯବାନ ମାନେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post