ରାଜ୍ୟପାଳଙ୍କୁ ଭେଟିଲେ ଉପାଧ୍ୟକ୍ଷ ଓ କାଉନସିଲର : ପୌର ପରିଷଦ ଦୁର୍ନୀତିର କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ନିବେଦନ

ଦେବଗଡ଼ : ଇ.ଓ.ଡବ୍ଲୁ(କ୍ରାଇମ ବ୍ରାଂଚ)ଦ୍ୱାରା ଦେବଗଡ ପୌର ପରିଷଦରେ ହୋଇଥିବା ଦୁର୍ନୀତିର ତଦନ୍ତ ନିମନ୍ତେ ସୋମବାର ଦେବଗଡ ପୌର ପରିଷଦର ଉପାଧ୍ୟକ୍ଷଙ୍କ ସମେତ ୬ ଜଣ (ଉପାଧ୍ୟକ୍ଷଙ୍କ ସମେତ)କାଉନଶିଲର ଆଦି ମହାମହିମ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି । ଆଜି ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ଦେବଗଡ ଜିଲା ଗସ୍ତ ଅବସରରେ ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ଧର୍ମେନ୍ଦ୍ର କୁମାର ଦେବତା, ମଧୁସୂଦନ ବାଘ, ପିଙ୍କି ସାହୁ, ଇତିଶ୍ରୀ ମିଶ୍ର , କାର୍ତୀକ ମହାକୁଳ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରି ଏମର୍ମରେ ଏକ ପତ୍ର ପ୍ରାର୍ଥନା ପତ୍ର ପ୍ରଦାନ କରିଥିଲେ ।ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ମ୍ୟୁନିସିପାଲିଟୀ ଆକ୍ଟର ଉଲ୍ଲଙ୍ଘନ କରୁ ଦୁର୍ନୀତିରେ ଲିପ୍ତଥିବା ଓ ଏନେଇ ପୌର ପ୍ରଶାସନ ନିକଟରେ ବାରମ୍ବାର ଅଭିରେ୍‌ାଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦର୍ଶାଇ ଦେବଗଡ ପୌର ପରିଷଦ ଦୁର୍ନୀତିର ସଠିକ ତଦନ୍ତ ନିମନ୍ତେ ଇ.ଓ.ଡବ୍ଲୁ(କ୍ରାଇମ ବ୍ରାଂଚ) କୁ ଆଦେଶ ଦେବା ପାଇଁ ଉକ୍ତ ପତ୍ର ମାଧ୍ୟମରେ ପ୍ରାର୍ଥନା କରାଯାଇଛି ।

nis-ad
Leave A Reply

Your email address will not be published.