ରାଜନଗର : ଆଗକୁ ଆସୁଛି ମହା ଶିବରାତ୍ରୀ ଜାଗର ସେଥିବା ପାଇଁ ଚଳଚଞ୍ଚଳ ହୋଇଉଠୁଛି ବିଭିନ୍ନ ଶୈବପୀଠ। ଏହି ଜାଗରପୂଜାରେ ଦେବ ଦେବ ମହାଦେବଙ୍କୁ ନୂତନ ମନ୍ଦିରରେ ପୂଜାକରିବା ପାଇଁ ଲାରି ପଡିଛନ୍ତି ସାରା ଗାଁ ଲୋକେ। ଶ୍ରୀ ଶ୍ରୀ କାମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ହୋଇ ପଡ଼ିଛି ସମ୍ପୂର୍ଣ୍ଣ ଗାଁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ କଲୋନୀ ଗ୍ରାମରେ ଦୀର୍ଘ 40ବର୍ଷ ହେବ ବିରାଜମାନ ଶ୍ରୀ ଶ୍ରୀ କାମେଶ୍ୱର ମହାଦେବ। ବହୁବର୍ଷ ଧରି ଦେବ ଦେବ ମହାଦେବ ଏକ ଛୋଟିଆ ମାଟି ଘର ମନ୍ଦିରରେ ପୂଜା ପାଇ ଆସୁଥିଲେ। ଠାକୁରଙ୍କ କରୁଣାକୃପାରୁ ଗାଁ ର ନିମନାହାକାଣି ଯୁବଗୋଷ୍ଠୀ ଓ ଗ୍ରାମବାସୀଙ୍କ ସମୁହ ସହଯୋଗ କ୍ରମେ ଦେବ ଦେବ ମହାଦେବଙ୍କ ପାଇଁ ଗଢି ତୋଳିଲେ ଏକ ସୁନ୍ଦର ମନ୍ଦିର। ଏହି ନୂତନ ମନ୍ଦିରକୁ ଭକ୍ତି ଭାବର ସହ ପ୍ରତିଷ୍ଠା ନିମନ୍ତେ ସୋମବାର ଦିନ ମା ମାଟିଆ ମଙ୍ଗଳାଙ୍କ ପୀଠରୁ ଗ୍ରାମବାସୀ 108 କଳସ ଜଳ ପୂଜାର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ଜରିମୂଳ ବଜାର ଦେଇ କଲୋନୀ ସ୍ଥିତ ନବନିର୍ମିତ ମନ୍ଦିରରେ ପହଁଚି ଥିଲେ। ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଆରମ୍ବ ହୋଇଥିବା ବେଳେ ସାତଦିନ ଧରି ଏହି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ରୀତିନୀତି ଅନୁଯାଇ କାମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସାଙ୍ଗକୁ ମହାରୁଦ୍ରଯଜ୍ଞ, ଚଣ୍ଡିପାଠ, ସୂର୍ଯ୍ୟପୂଜା, ବିଗ୍ରହ ମାନଙ୍କର ସ୍ଥାପନ ଓ ମହାସ୍ନାନ, ଶିବସହସ୍ର ନାମ, ଅଷ୍ଟମ ପ୍ରହରୀ ନାମ ସଂକୀର୍ତ୍ତନ ଆଦି ପୂଜା ସାଙ୍ଗକୁ ସାଧୁ ସମ୍ମିଳନୀ ଓ ଭଜନସମାରହ ଏବଂ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ଭଳି ଅନେକ କାର୍ଯ୍ୟକ୍ରମ ରହିଛି। ଏହି କଳସ ଶୋଭାଯାତ୍ରାରେ ଗ୍ରାମ ମୁଖିଆ ପ୍ରଫୁଲ୍ଲ ପାତ୍ର, ବାସୁଦେବ ରାଉତ,ପ୍ରମୋଦ କୁମାର ପରିଡା, କୃପାସିନ୍ଧୁ ଜେନା, ହରେକୃଷ୍ଣ ଜେନା, ସୁକାନ୍ତ ଖଟୁଆ, କଳ୍ପତରୁ ଭୂୟାଁ, ବାବୁଲି ରାଉଳ, ଅଜାମ୍ବର ଭୂୟାଁ ପ୍ରମୁଖଙ୍କ ସମେତ ଗ୍ରାମର ଅନେକ ମା ଓ ଗୁରୁଜନ ଅଂଶଗ୍ରହଣ କରିଥିବା ବେଳେ ଏହି ଶୋଭାଯାତ୍ରା କୁ ଦେଖିବା ପାଇଁ ସହଶ୍ରହ ସଂଖ୍ୟାକ ଶ୍ରଦ୍ଧାଳୁଙ୍କ ଭିଡ଼ଜମିଥିଲା।
Sign in
Sign in
Recover your password.
A password will be e-mailed to you.