ଉତ୍ତରପ୍ରଦେଶର ୧୦ମ ଶ୍ରେଣୀ ଛାତ୍ର ସୁମେଶ ପୋଲିସ ଗୁଳିରେ ନିହତ ର ପ୍ରତିବାଦରେ ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର…
ଛତ୍ରପୁର , ତା. ୪ / ୩ ଉତ୍ତର ପ୍ରଦେଶର ଜଣେ ଦଳିତବର୍ଗର ନାବାଳକ ଅବା ୧୦ମ୍ ଶ୍ରେଣୀ ଛାତ୍ର ସୁମେଶ ଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିବା ଅତ୍ୟନ୍ତ ଦୁଃଖ ଓ ପରିତାପ ଭଳି ଏକ ଅଦ୍ଭାବନୀୟ ଘଟଣା ଘଟିଛି । ଯାହାକି ଶୁଣିଲେ ଅନେକ ଦୁଃଖରେ ଭାଙ୍ଗି ପଡ଼ନ୍ତି । ଏହା ଯେ’ ଉତ୍ତର ପ୍ରଦେଶରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଏହି ରାଜ୍ୟରେ ପୋଲିସର ଅରାଜକତା ଶାସନ ଚାଲିଛି ଓ ପୋଲିସ୍ ଜୁଲମ୍ ବଢ଼ି ଚାଲିଛି । ବାସ୍ତବିକ୍ ପୋଲିସ୍ ର ଅମାନୁଷିକତା, ବର୍ବରତ୍ତା ଉପରେ ସ୍ଵଷ୍ଟ କରୁଛି । ଏହାର ପ୍ରତିବାଦରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପାର୍ଟି ଅନୁସୂଚୀତ ଜାତି ସେଲ୍ ଅଧ୍ୟକ୍ଷ ଭାଗିରଥୀ ବେହେରା ଙ୍କ ନେତ୍ତୃତ୍ଵରେ ଏକ ପ୍ରତିନିଧି ଦଳ ଆସି ଗଞ୍ଜାମ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ଭାରତର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଘଟଣା ର କେନ୍ଦ୍ରୀୟ କ୍ରାଇମ୍ ବ୍ରାଞ୍ଚ ଓ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ କଂଗ୍ରେସ୍ ତରଫରୁ ଦାବୀ ହୋଇଛି।
ପ୍ରକାଶ ଥାଉକି, ଉତ୍ତର ପ୍ରଦେଶର ରାମପୁର ର ସିଲାଲୱାଡା ଗ୍ରାମର ଏକ ପାର୍କରେ ବାବା ସାହେବ ଡ଼ଃ.ଆମ୍ବେଦକରଙ୍କର ଫଟୋ ଉକ୍ତ ଛାତ୍ର ଲଗାଇଥିଲେ । ଏହି କାରଣରୁ ଦଳିତ ବର୍ଗର ଏକ ୧୭ବର୍ଷୀୟ ନାବାଳକ ସୁମେଶକୁ ଉତ୍ତର ପ୍ରଦେଶ ପୋଲିସ୍ ଯେଉଁଭଳି ଭାବରେ ଗୁଳି କରି ହତ୍ୟା କରିଛନ୍ତି । ତାହାକୁ ସାରା ଭାରତରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଯେତେବେଳେ କି, ସୁମେଶ ଦଶମ ଶ୍ରେଣୀ ପରୀକ୍ଷା ଦେଇ ନିଜ ଘରକୁ ଫେରୁଥିବା ସମୟରେ ପୋଲିସ୍ ଗୁଳି କରିଥିଲା ଯାହା ଫଳରେ ଘଟଣା ସ୍ଥଳରେ ଦଳିତ ନାବାଳକ ଛାତ୍ର ମୃତ୍ୟୁବରଣ କରିଥିଲେ । ଯେଉଁ ଅବସ୍ଥାରେ ସୁମେଶର ମୃତ୍ୟୁ ହେଲା, ତାହାର ଗଭୀର ଅନୁଧ୍ୟାନ ଓ ସେଠିକାର ପ୍ରଶାସନ ଅନୁସନ୍ଧାନ, ତଦନ୍ତ କରିବାର ଥିଲା । କିନ୍ତୁ ଉତ୍ତର ପ୍ରଦେଶ ପୋଲିସ୍ ପ୍ରଶାସନ ଉକ୍ତ ପ୍ରମାଣକୁ ଲୁଚାଇବାକୁ ଯାଇ ସୁମେଶର ମର-ଶରୀରକୁ ତରିବରିଆ ଭାବେ ଯେଉଁଭଳି ଭାବେ ଅନ୍ତିମ-ସଂସ୍କାର କରିଦେଲା । ଯେମିତିକି ହାଥ୍ ରାସ୍ରେ କରାଯାଇଥିଲା । ସୁମେଶର ପରିବାର ପୋଲିସ୍ ଷ୍ଟେସନ୍ର ଅଧିକାରୀ, ଏସ୍.ଡି.ଏମ୍. ଏବଂ ତହସିଲଦାରଙ୍କ ସମେତ ୨୫ଜଣଙ୍କ ନାମରେ ଏତଲା ଦାୟର କରିଛନ୍ତି ।ପୋଲିସ୍ କର୍ମଚାରୀ ଙ୍କର ଦଳିତମାନଙ୍କ ଉପରେ ଏ ପ୍ରକାର ହିଂସା, ବର୍ବୋ ରୋଚିତ କାଣ୍ଡ କୁ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି । ପୋଲିସ୍ର ଏହି କାର୍ଯ୍ୟରେ କଂଗ୍ରେସ ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ତୀବ୍ର ନିନ୍ଦା କରାଯାଇଛି । ଏହି ଗଭୀର ଦୁଃଖ ସମୟରେ କଂଗ୍ରେସ ପାର୍ଟି ପକ୍ଷ ରୁ ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଉଛନ୍ତି,ଏବଂ ସରକାର ଙ୍କୁ ନିବେଦନ କରି ଉକ୍ତ ଜଘନ୍ୟ ଏବଂ ଅମାନୁଷିକ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବା ନିମନ୍ତେ ପ୍ରଶାସନ ଠାରେ ଦାବୀ କରିଛନ୍ତି ।