ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୁଇଟି ଘର ପୋଡ଼ି, ଲକ୍ଷାଧିକ ଟଙ୍କା ସହ ଆସବାବପତ୍ର ନଷ୍ଟ

ଦାରିଙ୍ଗବାଡ଼ି,୩/୩ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ପଞ୍ଚାୟତ ମ୍ଲାହୁପାଙ୍ଗା ସାହିର ସଦାନନ୍ଦ ପ୍ରଧାନ ଏବଂ ପ୍ରମୋଦ ପ୍ରଧାନ ଙ୍କ ଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡ଼ି ଯାଇଛି । ସୂଚନା ଅନୁଯାୟୀ ଘରେ କେହି ନଥିବା ସମୟରେ ଆଜି ପାଖାପାଖି ଦିବା ୨ ଘଣ୍ଟା ସମୟରେ ସଦାନନ୍ଦ ଏବଂ ପ୍ରମୋଦ ପ୍ରଧାନଙ୍କ ଘରେ ଧୁଆଁ ବାହାରୁ ଥିବା ଜାଣି ଘର ବାହାରେ ଏକାକୀ ବସିଥିବା ବୁଢ଼ୀ ମାଆ ଆଖପାଖ ଘର ଲୋକଙ୍କୁ ଜଣେଇ ଥିଲା । ସରପଞ୍ଚ ନରତ୍ତମ ପ୍ରଧାନ ତୁରନ୍ତ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିଥିଲେ ହେଲେ ସେତେବେଳେ ଘରର ଜିନିଷ ପତ୍ର ସମ୍ପୂର୍ଣ୍ଣ ପଡ଼ି ଯାଇଥିଲା। ୮୦ ହଜାର ରୁ ଉର୍ଦ୍ଧ ଟଙ୍କା ଓ ଧାନ ଚାଉଳ ସହ ମୂଲ୍ୟବାନ ଜିନିଷ ପୋଡ଼ି ଯାଇଥିବା ଜଣାପଡ଼ିଛି । ଖବର ପାଇ ବିଡ଼ିଓ ଗଦାଧର ପାତ୍ର ଙ୍କ ସହିତ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ ଏବଂ ଆରଆଇ ସୁବ୍ରତ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଚାଉଳ, ଡାଲି, ଆଳୁ ସହିତ କିଛି ଆବାସ ପତ୍ର ପ୍ରଦାନ କରିଛନ୍ତି।

nis-ad
Leave A Reply

Your email address will not be published.