ଜନସ୍ବାସ୍ଥ୍ୟ ବିଭାଗ ‌ ରାସ୍ତାମଝିରେ ଗାତ ଖୋଳି ଚାଲିଛି ପାଇପ ବିଛାକାମ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳରେ ଜନସ୍ବାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ କାର୍ଯ୍ୟ ଶୈଳୀକୁ ନେଇ ଲୋକେ ନାପସନ୍ଦ କରିଛନ୍ତି। ଲୋକଙ୍କୁ ପାନୀୟ ଜଳ ଯୋଗାଣ ନାମରେ ହିଞ୍ଜିଳିକାଟୁ ପୌର ପରିଷଦ ଅଧୀନ ସହର ସାରା ରାସ୍ତା ମଝିରେ ଗାତ ଖୋଳି ପାଇପ ବିଛେଇ ଚାଲିଛି ଜନସ୍ବାସ୍ଥ୍ୟ ବିଭାଗ ଓ ସେହି ଗାତରେ ଜିଓ କେବୁଲ ବିଛା ଯାଉଥିବା ଦେଖିବାକୁ ମିଳିଛି।ସହର କୁ ସୌନ୍ଦର୍ଯ୍ୟ କରଣ ଦିଗରେ ପୌରପ୍ରସାଶନ ଫେବର ଓ ସୌନ୍ଦର୍ଯ୍ୟ କରଣ ଦିଗରେ କାର୍ଯ୍ୟରତ।ନୁଆ କରି ବିଛାଯାଇଥିବା ଫେବର ଇଟାଗୁଡ଼ିକୁ ଭାଙ୍ଗି ପାଣିପାଇପ ବିଛାଯାଇଛି। ପୌର ପରିଷଦ ନିୟମାନୁଯାୟୀ ଉକ୍ତ କାର୍ଯ୍ୟ କରିବା ପୂର୍ବରୁ ପୌର ପରିଷଦରୁ ଅନୁମତି ନେବା କଥା। ଏଥିସହ କିଛି ଅର୍ଥ ପୌର ପରିଷଦରେ ପୈଠ କରାଯିବା ନିୟମ ମଧ୍ୟ ରହିଛି। କୌଣସି ନିୟମ ନ ମାନି ଜନସ୍ବାସ୍ଥ୍ୟ ବିଭାଗ ମନଇଚ୍ଛା କାର୍ଯ୍ୟ କରିଚାଲିଛି। ରାସ୍ତା ନିର୍ମାଣର ଏକ ମାସ ପରେ ପାଇପ ଲାଇନ ପାଇଁ ଗାତ ଖୋଳାଯାଇଛି। ଏଠାରେ ସୁଚନା ଯୋଗ୍ୟ ଯଦି ପାଇପ ଲାଇନ କାର୍ଯ୍ୟ କରାଯିବା ର ଥିଲା ତେବେ ସେହି କାର୍ଯ୍ୟ ନୁତନ ରାସ୍ତା ନିର୍ମାଣ ପୂର୍ବରୁ କାହିଁକି କରାଗଲାନି‌ବୋଲି ସାଧାରଣ ରେ ଆଲୋଚନା ହେଉଛି। ସହର ସାରା ରାତି ପହିଲା ବେଳକୁ ବଡ଼ବଡ଼ ଗାତ ହୋଇଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତିରେ କାର୍ଯ୍ୟକରି କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାଗୁଡ଼ିକୁ ଖିନଭିନ୍‌ କରିଦିଆଯାଉଛି।ସହର ଭିତରେ କାର୍ଯ୍ୟ କରିବା ପାଇଁ ପୌରସଂସ୍ଥା ଓପୂର୍ତ୍ତବିଭାଗ ଠାରୁ ଅନୁମତି ନେଇ ନେବା କଥା କିନ୍ତୁ କିଏ କାର୍ଯ୍ୟ କରୁଛି ବିନା ଅନୁମତିରେ ରାତି ଅଧରେ ଖୋଳିତାଡି ଦେଇ ଚାଲିଯାଉଛନ୍ତି। ରାସ୍ତା କଡ ଖାଲପାଇଁ ହିଞ୍ଜିଳିକାଟୁ ସହରରେ ଛୋଟ ବଡ ଦୁର୍ଘଟଣା ଘଟୁଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଗାତ ଖୋଳିବା ଯୋଗୁଂ ଅନେକ ଲୋକ ସେମାନଙ୍କ ଘରକୁ ଗାଡି ନେଇ ଯାଇପାରୁ ନାହାନ୍ତି। ଅଧାବାଟରେ ଚିହ୍ନାଜଣା ତଥା ସମ୍ପର୍କୀୟ ଘରେ ଗାଡ଼ି ରଖୁଛନ୍ତି। ସହରସାରା ଚାରି ଆଡେ ଏଭଳି ଖାଲଖମା ନୂଆ ସମସ୍ୟା ସୃଷ୍ଟି କରିଛି। ଖୋଳା ଯାଇଥିବା ଗାତ ଓ ଭାଙ୍ଗି ଯାଇଥିବା ରାସ୍ତାକୁ କିଏ ଏବଂ କେବେ ମରାମତି କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ।ଘଟଣାକୁ ନେଇ ପୌର ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା ଙ୍କୁ ପଚାରିବାରୁ ଘଟଣା ବିଷୟରେ ଜାଣିନାହିଁ। ଆପଣଙ୍କ ମାଧ୍ୟମରେ ଜାଣିଲି। କାର୍ଯ୍ୟ କରିଥିବା ଜନସେବା ସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କ ସହ କଥା ହୋଇ ତୁରନ୍ତ ମରାମତି ପାଇଁ କୁହାଯିବ ବୋଲି ସେ କହିଛନ୍ତି। ଜନସେବା ସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ପାଇପ ଲାଇନ ଵିଛା ପାଇଁ ଖୋଳା ହେଉଛି ଓ ଜିଓ କେବୁଲ ବିଛା ଯାଉଥିବା ଜାଣିନଥିବା ସଫେଇ ଦେଇଛନ୍ତି। ଅନ୍ୟ ପକ୍ଷରେ ବିନା ଟେଣ୍ଡରରେ ସରକାରୀ ପୋଷ୍ଟର ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ସହର ଭିତରେ ଖୋଳି ଦିଆଯାଇଛି‌ଓ ଚାହା ମରାମତି କରାଯାଉନାହିଁ।

nis-ad
Leave A Reply

Your email address will not be published.