ଓଡ଼ଗାଁ ଅଞ୍ଚଳରେ ସବୁ ଘରକୁ ୨୪ଘଣ୍ଟିଆ ପିଇବା ପାଣି ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: ସହରାଞ୍ଚଳର ସମସ୍ତ ଲୋକଙ୍କୁ ଆନ୍ତର୍ଜାତୀୟ ସହର ପରି ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପୂର୍ବରୁ ପୁରୀ, କଟକ, ବ୍ରହ୍ମପୁର ଆଦି ବଡ଼ ବଡ଼ ସହରରେ ଏହି କାର୍ଯ୍ୟକ୍ରମ ହୋଇ ସାରିଥିବା ବେଳେ ଓଡ଼ଗାଁ ଅଞ୍ଚଳ ପାଇଁ ୨୪ ଘଣ୍ଟିଆ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଏକ ପ୍ରକଳ୍ପ ର ଲୋକାର୍ପଣ କରିଛନ୍ତି ।ଏହି ଯୋଜନାରେ ଓଡ଼ଗାଁ ଅଞ୍ଚଳର ୧୫ଟି ୱାର୍ଡର ୨୦ହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ପାଇଁ ୩୦କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର । ଅଭାସୀ ମାଧ୍ୟମରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇ ଦେବା ମୋର ଅନେକ ଦିନର ସ୍ବପ୍ନ, ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ । ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିଶନ ରେ ଲୋକମାନେ ସିଧାସଳଖ ଟ୍ୟାପ ରୁ ବିଶୁଦ୍ଧ ଜଳ ପାଇପାରୁଛନ୍ତି। ଏହି ପାଣିକୁ ଫିଲ୍ଟର କରିବାର ଆବଶ୍ୟକ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଜନସ୍ଵାସ୍ଥ୍ୟ ଖଣ୍ଡ ବିରଞ୍ଚି ନାରାୟଣ ପ୍ରଧାନ , ଅଧିକ୍ଷଣ ଯନ୍ତ୍ରୀ ଜନସ୍ବାସ୍ଥ୍ୟ ଉପଖଣ୍ଡ ଦୁର୍ଯ୍ୟୋଧନ ସାହୁ, ସହକାରୀ ଯନ୍ତ୍ରୀ ସୁଧାକର ସ୍ୱାଇଁ, ସମବାୟ ସଭାପତି ବିଭୁ ପ୍ରସାଦ ସାହୁ, ପୂର୍ବତନ ସରପଞ୍ଚ ଦିବାକର ନାୟକ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.