ପୌରପରିଷଦ କାର୍ଯ୍ୟନିର୍ବାହୀଙ୍କୁ ବାରମ୍ବାର ବଦଳି ଯୋଗୁ ସାଧାରଣ ଜନତା ହନ୍ତସନ୍ତ

ଉମରକୋଟ : ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ମାନଙ୍କ ଭିତରେ ସେତେ ଗଣ ଦୌଡ ଦେଖିବାକୁ ମିଳୁଛି,ସମସ୍ତ ନେତାମାନଙ୍କ ଆଖି କେବଳ ଭୋଟବାକ୍ସ ଉପରେ, ଅଫିସ ଅଦାଲତରେ କଣ ହେଉଛି ତାହା ଆଉ ଦେଖିବାର ସମୟ ନାହିଁ | ସୂଚନା ପ୍ରକାରେ ଉମରକୋଟ ପୌର ପରିଷଦ ଅଫିସ ରେ ଦେଖିବାକୁ ମିଳିଛି ଏକ ବଡ଼ ଦୁଃଖ୍ୟ ଦାୟକ ପରିସ୍ଥିତି | ଗୋଟିଏ ବର୍ଷରେ ୪ ରୁ ଉର୍ଦ୍ଧ ଜଣ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବଦଳି,ଯାହା ଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କିଛି ଦିନ ପୂର୍ବେ ଉମରକୋଟ ଅତିରିକ୍ତ ତହସିଲଦାରଙ୍କୁ କାର୍ଯ୍ୟ ନିର୍ବାହୀ ଦାୟିତ୍ତରେ ନିଯୁକ୍ତି କରିଥିଲେ, ବର୍ତ୍ତମାନ ତାଙ୍କୁ ମଧ୍ୟ ବଦଳି କରାଯାଇ ଅଛି | ଏବେ ପୌରପରିଷଦ ଅଫିସର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ତରେ କେହି ନାହାନ୍ତି, ଲୋକମାନେ ବିଭିନ୍ନ କାର୍ଯ୍ୟ ନେଇଁ ଅଫିସକୁ ଯାଇ ନିରାଶ ହୋଇ ଫେରୁଛନ୍ତି | ଅତି ଦୁଃଖର ସହିତ କହୁଛନ୍ତି ସାଧାରଣ ଜନତା, ଉମରକୋଟରେ ଅଛନ୍ତି ବିଧାୟକ, ଅଛନ୍ତି ଏମ. ପି, କିନ୍ତୁ କାହାର କୌଣସି ନିଘା ନାହିଁ କି ଭୃକ୍ଷେପ ନାହିଁ | ଦୁନିଆ ସାରା ଡିଣ୍ଡିମ ପିଟୁଛନ୍ତି ସବୁ କାର୍ଯ୍ୟ ଆମେ କରୁଛୁ,
ହେଲେ ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି ଉମରକୋଟ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚାରି, ପାଞ୍ଚ ଥର ବଦଳି କିଏ କରୁଛନ୍ତି? ସାଧାରଣ ଜନତା ଚେତାବନୀ ଦେଇ କହୁଛନ୍ତି ବର୍ତ୍ତମାନ ସମୟ ଅଛି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ସାଧାରଣ ଜନତାଙ୍କ କାର୍ଯ୍ୟ କରିବାକୁ ସହଯୋଗ ହୁଅନ୍ତୁ, ନହେଲେ ଆଗାମି ନିର୍ବାଚନରେ ପୌରପରିଷଦ ଜନତା ଏହାର ଉପଯୁକ୍ତ ଜବାବ ଦେବେ |

nis-ad
Leave A Reply

Your email address will not be published.