ଅଣ ଓଡିଆ ଓ ବଙ୍ଗଳାଦେଶୀ ଶ୍ରମିକଙ୍କୁ ଚିହ୍ନଟ ପାଇଁ ବିଜେପି ଯୁବମୋର୍ଚ୍ଚାର ଦାବୀ

ଦେବଗଡ : ଦେବଗଡ ଜିଲ୍ଲାରେ ରହୁଥିବା ବାହାର ରାଜ୍ୟର ଅଣ ଓଡିଆ ଓ ବଙ୍ଗଳାଦେଶୀ ଶ୍ରମିକ ମାନଙ୍କୁ ଚିହ୍ନଟ କରିବା ପାଇଁ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । ଭାଜପା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମାଙ୍କ ନେତୃତ୍ୱରେ ସୁରଜ ଘଡେଇ,ତାପସ କୁମାର ନନ୍ଦ, ଅଜୟ କୁମାର ଦାଶ , ଲିପୁନ କୁମାର ବାରିକ,ସୌମ୍ୟ ଦ୍ୱିବେଦୀ,ସୁନୀଲ ପାଣି, ଟୁକୁ ପାତ୍ର, ସମିତ ରଞ୍ଜିତ ଓ ସୁନୀଲ ମୁଖିଙ୍କ ସମେତ ବହୁ ସଦସ୍ୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଏମର୍ମରେ ଏକ ଦାବୀ ପତ୍ର ଜିଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁଙ୍କୁ ପ୍ରଦାନ କରିଥିଲେ । ଦେବଗଡ ଜିଲ୍ଲା ସଦର ମହକୁମା ସମେତ ଗ୍ରାମାଂଚଳରେ ବାହାର ରାଜ୍ୟର ଶ୍ରମିକ ଏବଂ ବୁଲା ବେପାରୀ ଆସି ରହୁଥିବା ବେଳେ ସେମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ଅପରାଧ ଓ ଗଣ୍ଡଗୋଳ ଘଟିବା ସହ ଘର ମାଲିକ ମାନେ ଠକାମିର ଶିକାର ହେଉଛନ୍ତି । ସ୍ଥାନୀୟ ଦୋକାନୀ ମାନଙ୍କ ଠାରୁ ମଧ୍ୟ ଧାର କରଜ ନେଇ ପରିଷୋଧ କରିବା ପରିବର୍ତେ ଅନେକେ ଫେରାର ହୋଇଯାଉଛନ୍ତି । ବିଭିନ୍ନ ସମୟରେ ନାବାଳିକା ଅପହରଣ ଭଳି ସଙ୍ଗୀନ ଘଟଣା ମାନ ମଧ୍ୟ ଘଟୁଥିବା ଉକ୍ତ ଦାବୀପତ୍ର ଜରିଆରେ ଦର୍ଶାଯିବା ସହ ସେମାନଙ୍କ ଭୋଟ ଏବଂ ଆଧାର ପରିଚୟ ପତ୍ର ଯାଂଚ ସହ ସମ୍ପୁର୍ଣ୍ଣ ଠିକଣା ପୋଲିସ ପାଖରେ ରହିବା ଜରୁରୀ ହୋଇପଡିଛି । ଏଣୁ ଏହାକୃ ଦୃଷ୍ଟିରେ ରଖି ପୋଲିସ ଅଣଓଡିଆ ଓ ବଙ୍ଗଳାଦେଶୀ ଶ୍ରମିକ ଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବାକୁ ଦାବୀ କରାଯାଇଛି । ଏହାଦ୍ୱାରା ଆଗକୁ ଅପରାଧ ସଂଖ୍ୟା କମି ପାରିବ ବୋଲି ମଧ୍ୟ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ।

nis-ad
Leave A Reply

Your email address will not be published.