୩ ଦଫା ଦାବି ନେଇ ଘୁ. ଉଦୟଗିରି ବ୍ଲକ୍ ଘେରାଉ
ଫୁଲବାଣୀ : ଘୁ.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରୁ ସରପଞ୍ଚ ଶ୍ରୀ ବିଷ୍ଣୁଦେବ ପ୍ରଧାନ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ୍. ଲୁକ୍, ସଦାନନ୍ଦ ନାୟକ ଓ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳବାସୀ ତିନି ଦାବି ନେଇ ବ୍ଲକ୍ ଘେରାଉ କରିଥିଲେ। ସେମାନଙ୍କର ମୁଖ୍ୟ ଦାବି ୪ଜି ନେଟୱର୍କ, ପାନ୍ୟ ଜଳର ବ୍ୟବସ୍ଥା ଓ ମୁଖ୍ୟ ସଡ଼କ ମରାମତି ଦାବି ନେଇ ଘୁ. ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଘୁ. ଉଦୟଗିରିଙ୍କୁ ପ୍ରଦାନ କରିଥିଲେ। ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳରେ ୪ଜି ନେଟୱର୍କ ନଥିବା ହେତୁ ସାଧାରଣ ବଣ୍ଟନ ବ୍ୟବସ୍ଥା, ଅନଲାଇନ୍ କାର୍ଯ୍ୟ ଓ ଅନ୍ୟାନ୍ୟ ଅନଲାଇନ୍ କାମରୁ ବଞ୍ଚିତ ହେଉଥିବା ପ୍ରକାଶ କରିଛନ୍ତି। ବସୁଧା ଯୋଜନା ମାଧ୍ୟମରେ ଟାଙ୍କି ନିର୍ମାଣ କରି ଗାଁ ଗାଁରେ ପାଇପ ସଂଯୋଗ କରାଗଲା କିନ୍ତୁ ପାଣି ମିଳୁନି ଓ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଶ୍ରୀରାମପଦା ଠାରୁ ଭାୟା ରଟିଙ୍ଗିଆ ହୋଇ ଗ୍ରେସିଙ୍ଗିଆ ସଂଯୋଗ ହୋଇଥିବା ସଡ଼କ ଖରାପ ଥିବା ହେତୁ ଅନେକ ଅସୁସ୍ଥ ଓ ଗର୍ଭବତୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜନଶୁଣାଣିରେ ଜିଲ୍ଲାପାଳ ଓ ଲୋକ ପ୍ରତିନିଧିଙ୍କୁ ଲିଖିତ ଭାବେ ଅସୁବିଧା ଅବଗତ କରାଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ହେଉନଥିବାରୁ ଆଜି ଦାବି ଗୁଡ଼ିକର ପ୍ଲାକାର୍ଡ ଧରି ଶାନ୍ତି ପଦଯାତ୍ରା ବନ୍ଧ ଛକଠାରୁ ବାହାରି ପଞ୍ଚାୟତ ସମିତି, ତହସିଲ କାର୍ଯ୍ୟାଳୟ ଓ ବିଏସଏନ୍ଏଲ୍ ଅଫିସରେ ଯାଇ ଦାବି ପ୍ରଦାନ ସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଅଞ୍ଚଳର କରାଳ ମଲ୍ଲିକ, ଜୟନନ୍ଦ ନାୟକ, ଅମିତ୍ ନାୟକ, ମିଲନ ନାୟକ, ଆଲଫାନ୍ସ, ନାୟକ, କିଶନ ନାୟକ, ମନ୍ଦାକିନୀ ନାୟକ, ସାବିତ୍ରୀ ପ୍ରଧାନ ଓ ବ୍ଲେଶି ପ୍ରଧାନ ସହଯୋଗ କରିଥିଲେ।