କୁମାରବେଗପଲ୍ଲୀ ଗ୍ରାମରେ ମା ସର୍ବମଙ୍ଗଳାଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନିମନ୍ତେ ଜଳଯାତ୍ରା

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୋଡାପଦର ଗ୍ରାମପଞ୍ଚାୟତ ସ୍ଥିତ କୁମାରବେଗପଲ୍ଲୀ ଗ୍ରାମରେ ମା ସର୍ବ ମଙ୍ଗଳାଙ୍କ ନୂତନ ପ୍ରାସାଦ ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ନିମନ୍ତେ ସୋମବାର ଦିନ ପୂର୍ବାହ୍ନରେ ଋଷୁକୂଲ୍ୟା ମୁହାଣ ତଟବର୍ତ୍ତି କୂଳରୁ ଜଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମସ୍ତ କୁମାରବେଗପଲ୍ଲୀ ଗ୍ରାମବାସୀ ମାନେ ସଂକୀର୍ତ୍ତନ ମଣ୍ଡଳୀ ସହ ଢୋଲ ମହୁରୀ ତାଳ ଘୋଣ୍ଟସ୍ଥଳ ବଜାଇ ଆନନ୍ଦ ଉଲ୍ଲାସ ମଧ୍ୟରେ ବିଭର୍ ହୋଇ ସ୍ତ୍ରୀ ଲୋକ ମାନେ ମୁଣ୍ଡରେ ଜଳ କଳସ ଧରି ଆଡ଼ମ୍ବରରେ ଯାତ୍ରା କରିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ଏହା ପୂର୍ବରୁ ନିର୍ଦ୍ଧିଷ୍ଟ ମଙ୍ଗଳା ମନ୍ଦିର ଗ୍ରାମରେ ନଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଏହି ମନ୍ଦିର ଟି ଉଷା କୋଠୀ ବା କୋଠୀ ଶାଳ ନାମରେ ବିଖ୍ୟାତ ରହିଥିବା ଜଣାଯାଏ । ତେବେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଗ୍ରାମବାସୀ ନିଜର ଖୁସିବ୍ୟକ୍ତ କରିଛନ୍ତି । ଗ୍ରାମରେ ୨୭/୦୨/୨୦୨୪ ଠାରୁ ୨୯ /୦୨/୨୦୨୪ ପର୍ଯ୍ୟନ୍ତ ନାମଯଜ୍ଞ, ଘୃତଯଜ୍ଞ , ଏବଂ ଅନ୍ନଯଜ୍ଞ ବିଧିବଦ୍ଧ ଭାବେ ପାଳନ ଏବଂ ଏହି ପରିପ୍ରେକ୍ଷୀରେ ୧ ତାରିଖ ଦିନ ନାମ ଯଜ୍ଞ ସମ୍ପୁର୍ଣ ଓ ଦଧିନଉତି ଭୋଗ୍ନ ସହ ଯମୁନା ସ୍ନାହନ ଯାତ୍ରା ଅନୁଷ୍ଠିତ ହେବା ନେଇ ଗ୍ରାମବାସୀ ମାନେ ସୁଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.