ଅନୁସୂଚିତ ଜାତି/ଜନଜାତି ଏକତା ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଦଳିତ ସମାଜର ବନ୍ଧୁ ମିଳନରେ ସାମିଲ ନକରିବା ନେଇ ଅସନ୍ତୋଷ

ଦେବଗଡ ,୨୭ା୨: ଗତ ୨୪ ତାରିଖ ଦିନ ଦେବଗଡ ପୌରାଂଚଳର ନିଳବେର୍ଣ୍ଣୀ ସାହି ବାଇପାସ ଛକ ନିକଟସ୍ଥ ପଡିଆରେ ଲକ୍ଷେ ଘର ଦଳିତ(ପାଣ)ସମାଜର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ତେବେ ଏହାକୁ ଜିଲାର ୬ଟି ଅନୁସୁଚିତ ଜାତିର ଲୋକେ ନାପସନ୍ଦ କରିବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ଷମା ମାଗନ୍ତୁ ବୋଲି ଦାବୀ ଜଣାଇଛନ୍ତି । ସ୍ଥାନୀୟ ବସନ୍ତ ନିବାସ ଡାକବଙ୍ଗଳା ଠାରେ ଅନୁସୂଚିତ ଜାତି/ଜନଜାତି ଏକତା ମଂଚ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଂଚର କର୍ମକର୍ତା ମାନେ ଅଭିଯୋଗ କରିଛନ୍ତି ଯେ, ଦେବଗଡ ଜିଲାରେ ଅନୁସୂଚିତ ଜାତି ଓ ଜନଜାତିର ବିଭିନ୍ନ ବର୍ଗର ଲୋକେ ମିଳିମିଶି ଚଳୁଛନ୍ତି ଓ ରାଜ୍ୟ ସରକାର ସେମାନଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି । ମାତ୍ର ବନ୍ଧୁ ମିଳନ ସମାରୋହ ନାମରେ ଆୟୋଜିତ ଉପରୋକ୍ତ ସଭାରେ ଅନ୍ୟ ଅନୁସୂଚିତ ଜନଜାତିର ଲୋକଙ୍କୁ ସାମିଲ କରାନଯାଇ ଅପମାନିତ କରାଯାଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ପ୍ରଧାନ ଏଭଳି ଲୋକ ଦେଖାଣିଆ ବନ୍ଦୁ ମିଳନ କରି ବିଭେଦ ସୃଷ୍ଟି କରିବାସହ ଜନଜାତି ମାନଙ୍କ ମଧ୍ୟରେ ଶହଶହ ବର୍ଷ ଧରି ରହିଆସିଥିବା ସମ୍ପର୍କକୁ ନଷ୍ଟ କରିବାକୁ ଉଦ୍ୟମ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ପ୍ରକାଶ କରିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିସର୍ତ କ୍ଷମନା ନମାଗିଲେ ତେବେ ଆଗାମୀ ଦିନରେ ଜିଲା ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦିଆଯାଇଛି ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜାତି/ଜନଜାତି ଏକତା ମଂଚର ଗୁଲି ବେହେରା,ଦୀପକ ମୁଖି, ସୁକେନ ମୁଖି, ଶୈଳେନ୍ଦ୍ର ବ୍ରିନେଦ, ସୁଦାମ ବୁଡା,ବାଦଲ ବ୍ରିନେଦ, ସନ୍ତୋଷ ବାର୍ଲା, ରାଜା ବେହେରା, ଆସିଷ ବେହେରା, ସଞ୍ଜୟ ବେହେରା, ଦ୍ୱାରୁ ବେହେରା, ସିପୁନ ବେହେରା, ଲିପୁନ ବେହେରା, ଦେବ ମୁଖି ଓପ୍ରଶାନ୍ତ ବେହେରାଙ୍କ ସମେତ ଅନୁସୂଚିତ ଜାତି/ଜନଜାତି ଏକତା ମଂଚର ବହୁ ସଦସ୍ୟ ସଦସ୍ୟା ଓ କର୍ମକର୍ତା ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.