ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର, ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ

ଛତ୍ରପୁର :ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମଙ୍ଗଳବାର ଆଭାସୀ ମାଧ୍ୟମରେ ଏହାର ଶୁଭଆରମ୍ଭ କରିଛନ୍ତି,
ସୁଧ ଫେରସ୍ତ ବାବଦକୁ ଗଞ୍ଜାମ ଜିଲ୍ଲା ର ୧୫ହଜାର ୭୦୫ ଏସଏଚଜି କୁ ୮୪୬.୧୩ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ।ସେହିଭଳି ଗଞ୍ଜାମ ଜିଲ୍ଲାର ୪୨ହଜାର ୯୩୭ ମିଶନ ଶକ୍ତି ଗ୍ରୁପ ର ୪ଲକ୍ଷ ୪୬ହାଜର ୬୦୩ଜଣ ସଭ୍ୟା ଙ୍କୁ ୟୁନିଫର୍ମ ପାଇଁ ଏବଂ ୮ହଜାର ୨୦୮ ଜଣ ମିଶନ ଶକ୍ତି ଲିଡରମାନଙ୍କୁ ବ୍ଲେଜର ବାବଦରେ ଆର୍ଥିକ ସହାୟତା ଦିଆଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମା’ ମାନଙ୍କର ଉନ୍ନତି ପାଇଁ ସରକାର ସବୁବେଳେ କାମ କରୁଛନ୍ତି। ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଭାଗୀ ହେଉଛନ୍ତି। ନୂଆ ଓ ଗଠନରେ ସାମିଲ ହୋଇଛନ୍ତି ମିଶନ ଶକ୍ତି ମା’। ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳ ଙ୍କ ଓସ୍ୱାନ ହଲ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମଜିଲ୍ଲାପରିଷଦ ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଓଡିଶା ଜୀବିକା ମିଶନ ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବୀନ ସେନାପତି, ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୱାସତ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦାପରିମନ, ଏଲଡ଼ିଏମ କେ. ସି. ନାୟକ ଙ୍କ ସମେତ ଅନ୍ୟାନ୍ୟବିଭାଗୀୟ ଅଧିକାରୀ ଏବଂ ବହୁ ମିଶନ ଶକ୍ତି ର ସଭ୍ୟା ମାନେ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.