ତାଲୁକା ଆଇନ୍ ସେବା କମିଟି ପକ୍ଷରୁ ଆଇନ୍ ସଚେତନତା ଶିବିର…

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁମ୍ଭିଆପଲ୍ଲୀ ଠାରେ ଥିବା ପିମିଟି ସ୍ନାତକ ମହାବିଦ୍ୟାଳୟରେ ଓଡ଼ଗାଁ ଅଦାଲତର ତାଲୁକା ଆଇନ୍ ସେବା କମିଟି ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମାନସ ରଂଜନ ରଥଙ୍କ ଅଧ୍ୟକ୍ଷତାରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଦେୱାନି ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ହର ମୋହନ ଦାସ, ନ୍ୟାୟଧିକାରି ଗ୍ରାମ୍ୟ ନ୍ୟାୟାଳୟ ସୌମ୍ୟାଶ୍ରୀ ମହାପାତ୍ର, ଆଡିସିନାଲ ପିପି ଇନ୍ଦୁ ଭୂଷଣ ମିଶ୍ର, ଆଡଭୋକେଟ ଗୋବିନ୍ଦ ଚନ୍ଦ୍ର ସାହୁ, ସୁବାସ ଚନ୍ଦ୍ର ପାତ୍ର, ରାଧାକୃଷ୍ଣ ମହାପାତ୍ର, ଓଡ଼ଗାଁ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମହାପାତ୍ର, ପିମିଟି କଲେଜର ଅଧ୍ୟକ୍ଷ ସୁନୀଲ କୁମାର ମହାପାତ୍ର, ସୁରେଶ ପ୍ରଧାନ, ଯୋଗଦେଇ ସଡ଼କ ସୁରକ୍ଷା, ମୋଟରଯାନ ଆଇନ, ମୋଟରଯାନ ଦୁର୍ଘଟଣା କ୍ଷତି ପୂରଣ ପାଇଁ ଟ୍ରିବୁନାଲ ବିଷୟରେ ଆଲୋଚନା କରିବା ସହିତ ମଦ୍ୟପାନ କିମ୍ବା ନିଶା ସେବନ କରି ଗାଡିଚଳାଇବା, ନବଳକଙ୍କ ବେପାରୁଆ ଗାଡିଚାଳନା ଦ୍ଵାରା ଦୁର୍ଘଟଣା ବୃଦ୍ଧି ପାଇବା ସମ୍ପର୍କରେ ଆଲୋଚନା ହୋଇଥିଲା । ଦୁଇ ଚକିଆ ଗାଡି ଚଳାଉଥିବା ସମୟରେ ହେଲମେଟ ପିନ୍ଧିବା ସହିତ, ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ, ଗାଡ଼ିର ଫିଟନେସ କାଗଜ ପତ୍ର ଅପଡେଟ ରଖିବାପାଇଁ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.