ମାନବିକତା ଦେଖାଇଲେ ଅଙ୍ଗନବାଡି ଦିଦି…

ଉମରକୋଟ :ସପ୍ର ( ୨୭/୦୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଅନ୍ତର୍ଗତ ବନିପଦର ଅଙ୍ଗନବାଡି ଦିଦି ଆଜି ୨୭/୦୨/୨୦୨୪ ରିଖ ରେ ନିଜ ଅଙ୍ଗନବାଡି କେନ୍ଦ୍ରକୁ ଯିବା ସମୟରେ କେନ୍ଦ୍ର ଠାରୁ ପାଞ୍ଚ କିଲୋମିଟର ବାଟରେ ଏକ ମର୍ମାନ୍ତୀକ ଦୁର୍ଘଟଣା ଦେଖି କାଳ ବିଳମ୍ବ ନ କରି ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ର ଉମରକୋଟରେ ପଠେଇ ନିଜର ମାନବିକତାର ପରିଚୟ ଦେଇ ସାଧାରଣରେ ଚର୍ଚ୍ଚିତ। ସୂଚନା ପ୍ରକାରେ ବନିପଦର ଗ୍ରାମର ଭରତ ମାଳି, (୧୭) ବର୍ଷ ପିତା କିସନୁ ମାଳି ଆଜି ତାଙ୍କେ ତିନି ବନ୍ଧୁ ମିଶି ନିଜର ମଟର ସାଇକେଲ ଯୋଗେ ବାଳ କାଟିବା ପାଇଁ ତୋହରା ବଜାର ଯିବା ସମୟରେ ରାସ୍ତାରେ ଭାରସମ୍ଭ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଉମରକୋଟ ଜୋନାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହେବାପରେ ଭରତ ମାଲିର ଅବସ୍ଥା ସଙ୍କଟାପୂର୍ଣ୍ଣ ଥିବାରୁ ଉମରକୋଟ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜ଼ିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନତରିତ କରିଛନ୍ତି।ସୂଚନା ଅନୁଯାଇ ଭରତ ମାଲିର ଯତ୍ନ ନେବା ସହିତ ଜ଼ିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ଯାଏ ବନିପଦର ଅଙ୍ଗନବାଡି ଦିଦି ସେଠାରେ ରହି ଦୁର୍ଘଟଣା ପୀଡିତା ର ସେବା ଯତ୍ନ କରୁଥିଲେ…

nis-ad
Leave A Reply

Your email address will not be published.