ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ…

ଫୁଲବାଣୀ : ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଆୟୋଜିତ ହୋଇଯାଇଛି | ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲିଗୁଡାର ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ ଶିଶୁ ମନ୍ଦିରର ସଂସ୍କାର, ସଂସ୍କୃତି ଓ ଶିକ୍ଷାଦନ ଅନନ୍ୟ ଓ ଏହି ଅନୁଷ୍ଠାନର ଉନ୍ନତି ନିମନ୍ତେ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ l ମୁଖ୍ୟବକ୍ତା ନେତାଜୀ ସୁଭାଷ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ଯୋଗଦେଇ ତୁମୁଡିବନ୍ଧ ଅଂଚଳରେ ଶିକ୍ଷାର ବିକାଶରେ ଉଭୟ କଲେଜ ଓ ଶିଶୁ ମନ୍ଦିରର ଭୂମିକା ଉପରେ ଆଲୋକପାତ କରିଥିଲେ l ପୂର୍ବତନ ବିଧାୟକ ରାଜୀବ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ନବୀନ ଚନ୍ଦ୍ର ପାତ୍ର, ସମିତି ସଭ୍ୟା ସୁଭଦ୍ରା ବେହେରଦଳାଇ, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ, ରାମକୃଷ୍ଣ ପାଢ଼ୀ, ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡେଇ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ସମ୍ପାଦକ ହୀରାଲାଲ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଧଳଙ୍କ ରଚିତ ସ୍ୱାଗତ ସଂଗୀତକୁ ଶିଶୁ ଭାଇ ଭଉଣୀ ମଧୁସ୍ମିତା ବେହେରା, ପ୍ରଭାତ କୁମାର ଦାସ, ନାରାୟଣ ମହାପାତ୍ର, ବିନୋଦ କୁମାର ବେହେରାଙ୍କ ସହଯୋଗରେ ପରିବେଷଣ କରିଥିଲେ l ଏହି ଅବସରରେ ବାର୍ଷିକ ମୁଖପତ୍ରର ପ୍ରଥମ ଅର୍ଘ୍ୟ “ମାଳମହକ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା | ଶିଶୁମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ | ଜ୍ୟୋତି ପ୍ରକାଶ ସାହୁଙ୍କୁ ଶ୍ରେଷ୍ଠ ଶିଶୁ ଭାବରେ ପୁରସ୍କୃତ କରାଯାଇଥିଲା | ପରେ ମାତୃଭାରତୀର ସଭାପତି ଶ୍ରୀମତୀ ମଧୁସ୍ମିତା ବେହେରାଙ୍କ ସଂଯୋଜନା ରେ ପିଲାମାନେ ପ୍ରତିଭା ପ୍ରଦର୍ଶନ କରିଥିଲେ | ଉପ ସଭାପତି ପ୍ରସନ୍ନ ସାହୁ, ଯୁଗ୍ମ ସମ୍ପାଦକ ମୁରଲୀଧର ମହାପାତ୍ର, କୋଷାଧ୍ୟାକ୍ଷ ବିଶ୍ୱନାଥ ସାହୁ, ସଦସ୍ୟ କୁନ୍ତଳା ମାଝୀ , ସୁବାସିନୀ ଦେଶୀନାୟକ, ଉମାକାନ୍ତ ପାତ୍ର, ଚନ୍ଦ୍ରମଣି ପଣ୍ଡା, କୈଳାଶ ଚନ୍ଦ୍ର ପାଢ଼ୀ, ସୁଶାନ୍ତ ପାତ୍ର, ବିଭୁତି ଭୂଷଣ ମଲ୍ଲିକ, ମାମି ପାଢ଼ୀ, ପ୍ରକାଶ ସାହୁ ,ଆରକ୍ଷିତ ମାଝୀ, ମୋତିରାମ ନାୟକ, ବିବଛ ପରିଛା, ସୁମନ ନାୟକ, ନିରଦ ଦେଶୀନାୟକ, ପ୍ରମୋଦ ବସନ୍ତିଆ, ସୁରେଶ ପାତ୍ର, ଅରୁଣ ପଟ୍ଟନାୟକ, ପ୍ରଶାନ୍ତ ସାହୁ, ସ୍ୱସ୍ତିକ ପାତ୍ର, ପ୍ରଶାନ୍ତି ସାହୁ, ସସ୍ମିତା ପଣ୍ଡା, ସରସ୍ବତୀ ନାୟକ, ଜ୍ୟୋତ୍ସ୍ନା ରାଣୀ କହଁର, ଜ୍ୟୋତ୍ସ୍ନାରାଣୀ ପାତ୍ର, ସ୍ନେହଲତା ଲେଙ୍କା, ଯଶୋଦା ପାତ୍ର, କେତକୀ ନାୟକ, ସୁନୀଲ ନାୟକ, ପରେଶ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ |

nis-ad
Leave A Reply

Your email address will not be published.