ବଦଳି ପାଇଁ ଚିଠି ଲେଖିଲେ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ

ନୟାଗଡ଼ : ନୟାଗଡ଼ ସହରରେ ବ୍ୟାପୁଥିବା କଲେଜ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଅଶ୍ଳୀଳ ଭିଡିଓ କୁ ନେଇ ଏବେ ସବୁଠାରେ ଚର୍ଚ୍ଚା । ଛକ ବଜାର ସବୁଠାରେ ଏହି ଚର୍ଚ୍ଚା ଶୁଣିବାକୁ ମିଳୁଛି । ଲୋକଲଜ୍ୟା ରୁ ବର୍ତ୍ତିବାକୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଏହି ବରିଷ୍ଠ ଅଧ୍ୟାପକ ଜଣକ ଛୁଟିରେ ଥିବାର ସୂଚନା ମିଳିଛି। ଏହି ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଲେଜର ଅଧ୍ୟକ୍ଷ ଅଶ୍ଵିନୀ କୁମାର ନାୟକ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ତୁରନ୍ତ ବଦଳି ପାଇଁ କହିଛନ୍ତି । ଏହା ସହ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ ର ସଂପୃକ୍ତ ଅଧ୍ୟାପିକା ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହାର ଅଧ୍ୟକ୍ଷ କମିଟି କୁ ଜଣାଇଛନ୍ତି । ଏହି ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ସୂଚନା ଅନୁସାରେ ଏହା ଏକ ଲଜ୍ଜ୍ୟା ଜନକ ଘଟଣା । ଏହି ଘଟଣା କଲେଜ ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ । ସଂପୃକ୍ତ ଅଧ୍ୟାପକଙ୍କୁ ବହିସ୍କାର କରିବା କ୍ଷମତା ତାଙ୍କର ନଥିବାରୁ ଏଠାରୁ ବଦଳି ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଚିଠି ଲେଖି ଜଣାଇଛି । ଏଣୁ ସେମାନେ ଯାହା ନିଷ୍ପତି ନେବେ । ପୋଲିସ କୌଣସି ତଥ୍ୟ ମାଗିଲେ ପୋଲିସ କୁ ସହଯୋଗ କରାଯିବ ବୋଲି କହିଛନ୍ତି ।
ନୟାଗଡ଼ ଜିଲ୍ଲା ରେ ଅନେକ ଘରୋଇ କୋଚିଂ ସେଣ୍ଟର୍ ଗଢି ଉଠିଛି । ବିଭିନ୍ନ କଲେଜର ଅଧ୍ୟାପକ ମାନେ ଏଠାରେ ପାଠ ପଢ଼ାଉଥିବା ବେଳେ ଛାତ୍ର ଛାତ୍ରୀ ମନକୁ ଶୋଷଣ କରିବାର ଅଭିଯୋଗ ହେଉଛି । ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ଵ ନେବାପରେ ଶ୍ରୀ ନାୟକ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ମାନେ କୌଣସି କୋଚିଂ ସେଣ୍ଟର୍ କୁ ପାଠ ପଢ଼ାଇ ଯାଇ ପାରିବେ ନାହିଁ ବୋଲି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିନ୍ତୁ ଅଧିକାଂଶ ଅଧ୍ୟାପକ ଓ ଅଧ୍ୟାପିକା ପଇସା ଲୋଭରେ କୋଚିଙ୍ଗ ସେଣ୍ଟର୍ କୁ ପାଠ ପଢିବାକୁ ଯାଉଛନ୍ତି । ଏଥି ପ୍ରତି ଉଚ୍ଚଶିକ୍ଷା ବିଭାଗ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

nis-ad
Leave A Reply

Your email address will not be published.