କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବାଇଗଣୀ ଫୁଲକୋବି ଚାଷ

ଆର,ଉଦୟଗିରି : ଗଜପତି ଜିଲ୍ଲାର ଜଳବାୟୁ କୋବି ଜାତୀୟ ଫସଲ ନିମନ୍ତେ ଉପଯୁକ୍ତ ଥିବା ଯୋଗେ ଶୀତଋତୁ ଆରମ୍ଭରୁ ପ୍ରଚୁ ର ପରିମାଣକର କୋବି ଚାଷ କରିଥିଲେ l ଉପଯୁକ୍ତ ଜଳବାୟୁ ତଥା କୋବି ଚାଷ ପ୍ରତି ଚାଷୀମାନଙ୍କର ଆଗ୍ରହକୁ ଲକ୍ଷ୍ୟ ରଖି ଏହି ବର୍ଷ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବାଇଗଣୀ ରଙ୍ଗର ଫୁଲକକାବି ଚାଷ କରାଯାଇଥିଲା l କେନ୍ଦ୍ରର ଉଦ୍ୟାନ ବୈଜ୍ଞାନିକ ଡ ସୁଶ୍ରୀ ଚୌଧୁରୀ ବୈଜ୍ଞାନିକ ପଦ୍ଧତିରେ ବାଇଗଣୀ ଫୁଲକୋବି ଚାଷ ବିଷୟରେ ତାଲିମ ପ୍ରଦାନ କରିବା ସହିତ ଏଥିରେ ଥିବା ଖାଦ୍ୟସାର ଏବଂ ଔଷଧୀୟ ଗୁଣ ବିଷୟରେ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବୁଝାଇଥିଲେ l ଏଥିରେ ଏଂଥାସିଆନିନ ନାମକ ଆଣ୍ଟିଅକ୍ସିଡାଂଟ ଥିବା ଯୋଗୁ ଏହାର ରଙ୍ଗ ବାଇଗଣୀ ହେବା ସହିତ ଏହା ହୃଦରୋଗ, କ୍ୟାନସର ପରି ମାରାତ୍ମକ ରୋଗ
ପ୍ରତିକରାଧକ ଶକ୍ତି ବୃଦ୍ଧି କରିଥାଏ l

ଚାଷୀ ଭାଇମାନେ ଏହାର ଚାରା ପାଇବା ନିମନ୍ତେ ଏବଂ ଏହାକୁ ଚାଷ କରିବା ନିନ୍ତେ ଆଗ୍ରହ ଏବଂ ଉତ୍କଣ୍ଠା ପ୍ରକାଶ କରିଛନ୍ତି l ଆର ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲରିମନ ଖସେଲ ଏହି ଏକକ କ୍ଷେତ୍ର ପରିଦଦର୍ଶନ କରି ବେଶ ଆନନ୍ଦିତ ହେବା ସହିତ ଏହାକୁ ଜିଲ୍ଲାରେ ଅଧିକ ଲୋକପ୍ରିୟ କରିବା ନିନ୍ତେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ ସଂଗ୍ରାମ ପରମଗୁଗୁଙ୍କ ପରାମର୍ଶ ଦେଇଥିଲେ l କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ମଧ୍ୟ ଆଗାମୀ ଦିନରେ ଆଗ୍ରହୀ ଚାଷୀଙ୍କ ଜମିରେ ଆଗୁଆ ଧାଡି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଚାଷୀ ମାନଙ୍କ ମଧ୍ୟରେ ବାଇଗଣୀ ଫୁଲକୋବିକୁ ଆହୁରି ଲୋକପ୍ରିୟ କରାଇବାର ଲକ୍ଷ୍ୟ ରଖିଛି l

nis-ad
Leave A Reply

Your email address will not be published.