ପଡିଆରେ ସାମଜିକ ସମୀକ୍ଷା ଓ ଜନଶୁଣାଣି ବୈଠକ

ପଡିଆ, ୨୨/୦୨ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବ୍ଲକ ପରିସରରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ବିଭିନ୍ନ ଯୋଜନାର ହୋଇଥିବା ସମୀକ୍ଷାର ତଥ୍ୟ ଉପସ୍ଥାପନା କରାଯଇଥିଲା। ମୁଖ୍ୟତଃ ମନରେଗା, ସାଧାରଣ ବଣ୍ଟନ ବ୍ୟବସ୍ଥା, ସମନ୍ୱିତ ଶିଶୁ ବିଭାଗ ପକ୍ଷ୍ୟରୁ ପ୍ରଦାନ କରାଯାଉଥିବା ମମତା ଯୋଜନାର ଅର୍ଥ ସମେତ ବିଭିନ୍ନ ଯୋଜନାର ସମୀକ୍ଷା କରାଯଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକଲ୍ପ ଆରମ୍ଭ ପୂର୍ବରୁ ଲଗାଯିବାକୁ ଥିବା ନାମ ଫଳକ ସମେତ ବିଭିନ୍ନ ତ୍ରୁଟି ପାଇଁ ଫାଇନ ମଧ୍ୟ କରାଯାଇଥିଲା। ତେବେ ଗତ ପାଞ୍ଚମାସ ଧରି ମନରେଗା ଯୋଜନାରେ ଶ୍ରମିକ ମାନେ ମଜୁରୀ ପାଇ ନଥିବାରୁ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଜନପ୍ରତିନିଧି ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂସାକି, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ, ପଡିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଓ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ମେନକା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସମୀକ୍ଷକସାଲେମଧର ଶଗଡିଆ ପରିଚାଳନା କରିଥିବା ବେଳେ ସମନ୍ୱିତ ଶିଶୁ , ବନ, ଜଳ ଛାୟା ସମେତ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ପଞ୍ଚାୟତର ପିଇଓ, ଜିଆରଏସ୍, ଭିଆରପି ସମେତ ବିଭିନ୍ନ ଜନପ୍ରତିନିଧିମାନେ ମାନେ ମଧ୍ଯ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.