ବାରିକୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ଅଧିନସ୍ତ ବାରିକୁମ୍ପା ସରକାରୀ ଉଛ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଦିଗାଲଙ୍କ ସଭାପତିତ୍ବରେ ସ୍କୁଲର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ରାଣୀ ରଶ୍ମିତା ନାୟକ , ସୁଧାଂଶୁ ଶେଖର ମିଶ୍ର, ମନୋଜ କୁମାର ଗୋଛି, ସୁଜାତା ବିଶ୍ୱାଳ, ସମସ୍ତଙ୍କ ମିଳିତରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲସକୁମ୍ପା ପଞ୍ଚାୟତର ଅମ୍ବିକା କହଁର ଯୋଗଦାନ କରି କାଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସଂମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ବିବାନ ଗଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ l ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ପୂର୍ବରୁ ହୋଇଥିବା ଖେଳ, ହସ୍ତାକ୍ଷର, ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପାତ୍ର ଏବଂ ଟ୍ରଫି ପ୍ରଧାନ କରାଯାଇଥିଲା l ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅବିଭାବକ ଓ ଗ୍ରାମବାସୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l

nis-ad
Leave A Reply

Your email address will not be published.