ଗଞ୍ଜାମରେ ଗଡ଼ିଲା ଲକ୍ଷ୍ମୀ ବସ : ଗ୍ରାମାଞ୍ଚଳରୁ ସହରକୁ ଯାତାୟତ ହେଲା ସୁଗମ

ଛତ୍ରପୁର : ପ୍ରତି ପଚାଂୟତରୁ ନିଜ ନିଜ ବ୍ଲକ ଆସିବାକୁ ଆଉ ଅସୁବିଧା ହେବନାହିଁ । ଗ୍ରାମଚଂଳର ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଲକ୍ଷ୍ମୀ ବସ ମାଧ୍ୟମରେ ମିଳିବ । ଏନେଇ ଗଞ୍ଜାମ ଜିଲ୍ଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସର ବୁଧବାର ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ଶୁଭାରମ୍ଭ ହୋଇଛି l ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିଅମ ଠାରେ ଉଦଘାଟନ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି l ଯେଉଁ ଥିରେ ମହିଳା ଓବିଦ୍ୟାର୍ଥୀ ପଥଚାରିଙ୍କ ସର୍ବାଧିକ ଭଡା ୫ ଟଙ୍କା ରହିଛି l ରାଜ୍ୟରେ ସାର୍ଵଜାନିନ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏହି ଯୋଜନାର ଲକ୍ଷ୍ୟ l ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଯୁଗାନ୍ତକାରୀ ଯୋଜନା, ଗଞ୍ଜାମ ଜିଲ୍ଲା ପାଇଁ ଆଜି ଏକ ଐତିହାସିକ ଦିନ, ଜିଲ୍ଲାରେ ଗମନାଗମନର ଅସୁବିଧାକୁ ହୃଦୟଙ୍ଗମ କରି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି l ଏହା ଦ୍ୱାରା ଜିଲ୍ଲାର ଲୋକେ ଉପକୃତ ହେବା ସହିତ ଜିଲ୍ଲାବାହାରୁ ଆସୁଥିବା ପର୍ଯ୍ୟଟକ ପାଇଁ ବେଶ ସହାୟକ ହେବ,ସେମାନେ କମ ଖର୍ଚ୍ଚରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାତାୟତ କରି ପାରିବେ l ଗାଁରୁ ସହରକୁ ଆସିବା ନିମନ୍ତେ ସବୁ ବର୍ଗର ଲୋକମାନେ ସୁବିଧାରେ ଗମନାଗମନ କରି ପାରିବେ l ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଜି ଲକ୍ଷ୍ମୀ ବସର ଲୋକାର୍ପଣ ହୋଇଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଜ଼ିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ତାଙ୍କରି ଅଭିଭାଷଣରେ କୃତଜ୍ଞତା ଜଣାଇଛନ୍ତି l ଶିକ୍ଷା, ସ୍ୱାସ୍ଥ୍ୟ,କୃଷି, ଶିଳ୍ପ, ପର୍ଯ୍ୟଟନ, ଆଧ୍ୟାତ୍ମିକ ଓ ସଂସ୍କୃତିକୁ ଶୀର୍ଷରେ ପହଞ୍ଚାଇଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମସ୍ତ ସଂଯୋଗ କରିବ ପରିବହନ,ଏହା ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ବୋଲି ଆଜିର ଉଦଘାଟନୀ ଉତ୍ସବରେ ଯୋଗଦେଇଥିବା ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ମିସନ ଶକ୍ତି ମା ଏବଂ ସ୍ଥାନୀୟ ଜନସାଧାରଣମାନେ କହିଛନ୍ତି l

ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜ଼ିଲ୍ଲାପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଗଞ୍ଜାମ ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଂଚାସୀନ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଓଏସଆରଟିସିର ଅଧ୍ୟକ୍ଷ ତଥା ଏମଡି ଦୀପତେଶ ପଟନାୟକ, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପଜ଼ିଲ୍ଲାପାଳ ଧୀନା ଦସ୍ତାଗିରୀ,ଅତିରିକ୍ତ ଜ଼ିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଦେବବ୍ରତ ସାହୁ ଓ ପ୍ରମୋଦ କୁମାର ପୃଷ୍ଟି, ଜିଏମ ଡିଆସି ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଉପ ଜ଼ିଲ୍ଲାପାଳ ଦେବଦତ୍ତ ମହାନ୍ତ,ଜ଼ିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରାୟ, ଓଏସଆରଟିସି ଗଞ୍ଜାମ ଜିଲ୍ଲା ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଥମେ ଗଞ୍ଜାମ ଜିଲ୍ଲା ରେ ୪୭ ଗୋଟି ଲକ୍ଷ୍ମୀ ବସ ଚାଲିବ।ଜିଲ୍ଲାର ୧୨୪ଟି ରୁଟରେ ୧୨୪ଟି ବସ ର ଏହି ସେବା ଯୋଗାଇ ଦିଆଯିବ । ଏଥି ନିମନ୍ତେ ମୋଟ ୧୩୦ ବସ ଜିଲାକୁ ଆସିବ । ବିଭିନ୍ନ ପଚାଂୟତରେ ଏବେ ଲକ୍ଷ୍ମୀ ବସ ଷ୍ଟପ ସ୍ଥଳ କରାଯାଇଥିବା ବେଳେ କିଛି ସ୍ଥାନରେ ଏହାର ନିର୍ମାଣ ଜାରି ରହିଛି ।

nis-ad
Leave A Reply

Your email address will not be published.