ସିପିଆଇ(ଏମ୍) ପକ୍ଷରୁ ଆଦିବାସୀ, ଦଳିତ ଓ ଶ୍ରମଜୀବୀମାନଙ୍କ ବିଭିନ୍ନ ଦାବିକୁ ନେଇ ଚିତ୍ରକୋଣ୍ଡା ଠାରୁ ମାଲକାନଗିରିକୁ ପଦଯାତ୍ରା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସିପିଆଇ(ଏମ୍) ପକ୍ଷରୁ ଆଦିବାସୀ, ଦଳିତ ଓ ଶ୍ରମଜିବୀ ମାନଙ୍କ ବିଭିନ୍ନ ଦାବିକୁ ନେଇ ଚିତ୍ରକୋଣ୍ଡା ଠାରୁ ମାଲକାନଗିରିକୁ ପଦଯାତ୍ରା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଏହା ଆଜି ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି । ଚିତ୍ରକୋଣ୍ଡା ବ୍ଲକର ଜାନବାଇ ଠାରୁ ଏହି ପଦଯାତ୍ରା ଆରମ୍ଭ କରାଯାଇଥିବା ବେଳେ ଏହି ପଦଯାତ୍ରାରେ ସିପିଆଇ(ଏମ୍) ମାଲକାନଗିରି ଜିଲ୍ଲା ପକ୍ଷରୁ ଶତାଧିକ ଆଦିବାସୀ, ଦଳିତ ଓ ଶ୍ରମଜିବୀ ମାନେ ମାଲକାନଗିରି ଯାଏଁ ଆସି ଅନେକ ଲିଖିତ ଦାବୀପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି । ମାଲାକାନଗିରି ଜିଲ୍ଲାର ଆଦିବାସୀ, ଦଳିତ ଓ ଶ୍ରମଜିବୀଙ୍କ ସ୍ୱାର୍ଥ ରକ୍ଷା ଲାଗି ଏପରି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ସିପିଆଇ(ଏମ୍) ପକ୍ଷରୁ କୁହାଯାଇଛି । ଏହି ଦାବି ଗୁଡିକ ମଧ୍ୟରେ କେନ୍ଦ୍ର ସରକାର କରିଥିବା ଜଙ୍ଗଲ ଆଇନ ସଂଶୋଧନକୁ ବାତିଲ କରିବା, ଓଡ଼ିଶାରେ ପେଶା ଆଇନ ୧୯୯୬ କାର୍ଯ୍ୟକାରୀ ନିମନ୍ତେ ତୁରନ୍ତ ଅଧିନିୟମ ପ୍ରଣୟନ କରାଯାଉ ଏବଂ ଗ୍ରାମ ସଭାକୁ ପୂର୍ଣ୍ଣ ଅଧିକାର ପ୍ରଦାନ କରାଯାଉ, ଜଙ୍ଗଲ ଅଧିକାର ଆଇନ ୨୦୦୬ରେ ପ୍ରତି ଆଦିବାସୀ ପରିବାରକୁ ୧୦ ଏକର ପର୍ଯ୍ୟନ୍ତ ଜମି ପଟ୍ଟା ପ୍ରଦାନ କରାଯାଉ, ଆଦିବାସୀ ମାନଙ୍କୁ ବନ ବିଭାଗ ଦ୍ବାରା ବେଦଖଲ କରିବା ବନ୍ଦ କରାଯାଉ, ଜଙ୍ଗଲ ଅଧିକାର ବଳରେ ପାରମ୍ପାରିକ ଅଧିବାସୀ ମାନଙ୍କୁ ମଧ୍ୟ ଜମି ଦିଆଯାଉ, ଜଙ୍ଗଲ ଜମି ପାଇଥିବା ଲୋକଙ୍କୁ ଜମି ଚିହ୍ନଟ କରି ଦଖଲ ନେବା ସଙ୍ଗେ ସଙ୍ଗେ ପଟ୍ଟା ଦିଆଯାଉ, ଜମି ଅଧଗ୍ରହଣ ବେଳେ ସାମାଜିକ ପ୍ରଭାବ ଆକଳନକୁ ବାଧ୍ୟତାମୂଳକ କରଯାଉ, ଅଣ ଆଦିବାସୀ ଲୋକେ ଦଖଲ କରିଥିବା ଆଦିବାସୀଙ୍କ ଜମି ଫେରସ୍ତ ପାଇଁ କଡ଼ା କଡ଼ି ବ୍ୟବସ୍ଥା ଗ୍ରହଣ କରାଯାଉ, ଦଖଲରେ ଥିବା ସବୁ ଗରିବ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଆଇନରେ ଦୈନିକ ମଜୁରୀ ୬୦୦ ଟଙ୍କାକୁ ବୃଦ୍ଧି କରି ବାର୍ଷିକ ୨୦୦ ଦିନର କାମ ଦିଆଯାଉ, ମନରେଗା କାମରେ ମେସିନ ବ୍ୟବହାର ଓ ଠିକାଦାର ଦ୍ବାରା କାର୍ଯ୍ୟକୁ ଅପରାଧିକ କାର୍ଯ୍ୟ ଭାବେ ବିବେଚନା କରାଯାଉ ଭଳି ୧୭ ଗୋଟି ଦାବିକୁ ନେଇ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସମ୍ପାଦକ ସିପିଆଇ(ଏମ) ଅଳି କିଶୋର ପଟ୍ଟନାୟକ, ଓଡିଶା ରାଜ୍ୟ କମିଟିର ବ୍ରଜ ମାଝୀ, ମାଲକାନଗିରି ଜିଲ୍ଲା କମିଟି ସମ୍ପାଦକ ରଘୁନାଥ ହନ୍ତାଳ, ଜିଲ୍ଲା କମିଟି ସଭ୍ୟ ଭୂପେଶ କର୍ମକାର, ବଳରାମ ଗୋଲାରୀ ଓ ଶତାଧିକ ଲୋକେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.