ଓଡ଼ଗାଁ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ…

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ବ୍ଲକ୍ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର୍, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା, ଡେପୁଟି କଲେକ୍ଟର ତପତି ରାଜଙ୍କ ଉପସ୍ଥିତିରେ ୧୩୬ଟି ପଞ୍ଜୀକୃତ ଅଭିଯୋଗ ମଧ୍ୟରୁ ୧୨୭ଟି ବ୍ୟକ୍ତିଗତ ଅଭିଯୋଗ ଥିବା ବେଳେ ୨ଟି ସାମୁହିକ ଓ ଅନ୍ୟ ୭ଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସମ୍ପର୍କିତ ଥିଲା । ୧୪ଟି ସମସ୍ୟାର ସମାଧାନ ତତକାଳ ହୋଇଥିବା ବେଳେ ଅନ୍ୟ ମାମଲା ଗୁଡ଼ିକର ସମାଧାନ ପାଇଁ ସଂପୁକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ. ମାନସ ରଂଜନ ଭୋଇ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଅତିରିକ୍ତ ବିଡ଼ିଓ କବିତା କୁମାରୀ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଜସ୍ଵିନୀ ପ୍ରଧାନ, ଓଡ଼ଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ, ବନାଞ୍ଚଳ ଅଧିକାରୀ ନିଖିଲେସ ମଲ୍ଲିକ ଏବଂ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସହାୟତା ଫଣ୍ଡ ସମ୍ପର୍କିତ ଅଧିକ ଅଭିଯୋଗ ଥିବା ବେଳେ ରାସନ କାର୍ଡ ନୂତନ ନାମ ସଂଯୋଗ ପାଇଁ ଅନେକ ହିତାଧିକାରୀ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.