ଓଡ଼ଗାଁ ବ୍ଲକରେ ୧୨ଟି ପରୀକ୍ଷା କେନ୍ଦ୍ରରେ ୧୭୭୮ଜଣ ମାଟ୍ରିକ ପରୀକ୍ଷା ଦେବେ

ଓଡ଼ଗାଁ : ଆସନ୍ତାକାଲିଠାରୁ ଅର୍ଥାତ୍ ମଙ୍ଗଳବାର ଠାରୁ ସାରା ଓଡ଼ିଶାରେ ମାଟ୍ରିକ ପରୀକ୍ଷା ହେବାକୁ ଯାଉଥିବା ବେଳେ ଶିକ୍ଷ୍ୟା ବିଭାଗର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଚଳିତ ବର୍ଷ ଓଡ଼ଗାଁ ବ୍ଲକ ର ୧୨ ଗୋଟି ସେଣ୍ଟର୍ ରେ ୧୭୭୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ରଘୁନାଥ ବିଦ୍ୟାପୀଠ କୁ ନୋଡାଲ ସେଣ୍ଟର୍ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରକୁ ସକାଳ ୭.୩୦ମିନିଟ ସୁଦ୍ଧା ପ୍ରଶ୍ନପତ୍ର ପହଞ୍ଚିବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ପୁଲିସ୍ ମୁତୟନ ସହ ସିସିଟିଭି ଓ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ପରୀକ୍ଷା ସକାଳ ୯ଘଟିକା ରେ ଆରମ୍ଭ ହେଉଥିବାରୁ ସମସ୍ତ ପରୀକ୍ଷାର୍ଥୀ ଓ ପର୍ଯ୍ୟବେକ୍ଷକ ସକାଳ ୮ଘଟିକା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । କପି କୁ ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହିତ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା କରାଯାଇଛି ବୋଲି ବ୍ଲକ୍ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.