ମୋହନା ବ୍ଲକର ନୁଣ୍ଡ୍ରୁଗୁଡା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକଙ୍କ ଦୋରାତ୍ମ୍ୟ ଅସହ୍ୟ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ନୁଣ୍ଡ୍ରୁଗୁଡା ଆଶ୍ରମ ବିଦ୍ୟାଳୟରେ ଜୈନେକ ଶିକ୍ଷକ ବଦଳି ପରେ ମଧ୍ୟ ବିଦ୍ୟାଳୟ ପରିସରରେ ବିଭ୍ରାଟ ସୃଷ୍ଟି କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଇ ବିଦ୍ୟାଳୟ ପରିସରରେ ବିଭ୍ରାଟ ସୃଷ୍ଟି କରୁଥିବା ଶିକ୍ଷକଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଜୈନେକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଜୈନେକ ଶିକ୍ଷକ ବଦଳି ହୋଇଥିଲେ ମଧ୍ୟ ଦାୟିତ୍ଵରେ ଥିବା ଶିକ୍ଷକଙ୍କୁ ଅଧିକାଂଶ ଦାୟିତ୍ଵ ହସ୍ତାନ୍ତର କରିନଥିବାରୁ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିଚାଳନାରେ ଅସୁବିଧା ହେଉଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ପ୍ରକାଶ କରି ଅଧିକାରୀଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।

ଉକ୍ତ ବିଦ୍ୟାଳୟରେ ପ୍ରଥମ ରୁ ସପ୍ତମ ପର୍ଯ୍ୟନ୍ତ ୧୭୨ଛାତ୍ର ଛାତ୍ରୀ ନିବାସ ରେ ବିଦ୍ୟାଳୟ ପରିସରରେ ରହି ଶିକ୍ଷାଦାନ କରୁଥିବା ବେଳେ କେବଳ ଚାରୋଟି ଶ୍ରେଣୀ ଗୃହ ଥିବା ଦେଖିବାକୁ ମିଳିଛି। ପର୍ଯ୍ୟାପ୍ତ ଛାତ୍ର ଛାତ୍ରୀ ନିବାସ ରେ ରହି ଶିକ୍ଷାଦାନ କରୁଥିବା ବେଳେ କେବଳ ତିନିଟି ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। ବିଦ୍ୟାଳୟ ମଧ୍ୟରେ ବିଭିନ୍ନ ସମୟରେ ଅନେକ ପ୍ରକାର ମିଥ୍ୟା ଅଭିଯୋଗ ପାଇ ଜିଲ୍ଲା ସ୍ତରୀୟ ଅଧିକାରୀ ଉକ୍ତ ବିଦ୍ୟାଳୟ ଗସ୍ତ କରି ବିଭିନ୍ନ ସ୍ଥାନରେ ତଦନ୍ତ କରି ଫେରି ଯାଇଛନ୍ତି। ବିଭାଗୀୟ ଅଧିକାରୀ ବଦଳି ହୋଇଥିବା ଶିକ୍ଷକଙ୍କୁ ବିଦ୍ୟାଳୟ ପରିସରରେ ନ ରଖିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଦାବୀ କରିଛି। ଉକ୍ତ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ମାନେ ବର୍ତ୍ତମାନ ଛୋଟ ଛୋଟ ଛାତ୍ରଛାତ୍ରୀ ଙ୍କୁ ଖେଳ କୁଦ ମାଧ୍ୟମରେ ଶାରୀରିକ ବ୍ୟାୟାମ ସହ ଶିକ୍ଷାଦାନ କରୁଥିବା ବେଳେ କେତକ କର୍ମଚାରୀ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି।

nis-ad
Leave A Reply

Your email address will not be published.